୧୮ ଜୁଲାଇରୁ ପଦ୍ମପୁର ସବଡିଭିଜନକୁ ଅଚଳ କରିବ ରାଜବୋଡାସମ୍ବର କୃଷକ ସଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନର ପକ୍ଷରୁ ଗୋରୁବଜାର ପ୍ରାଙ୍ଗଣରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଫସଲବୀମା ବିଭ୍ରାଟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡି ସତ୍ୱେ ଏଚ୍‌ଡିଏଫ୍‌ସି ଏଗ୍ରୋ କମ୍ପାନୀ ଆଜି ପର୍ଯ୍ୟନ୍ତ ବୀମା କ୍ଷତି ପୁରଣ ଦେଇନାହିଁ । ଖରିଫ ୨୦୨୧ର ଫସଲ ବୀମା କ୍ଷତି ପୂରଣ ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀ ନେଇ ବାରମ୍ବାର ଆନ୍ଦୋଳନ ତାଲାବନ୍ଦ କରି ସାରିଥିଲେ ମଧ୍ୟ କମ୍ପାନୀ, ପ୍ରସାଶନ ଓ ଉଭୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ତେଣୁ ଆସନ୍ତା ଜୁଲାଇ ୧୮ ତାରିଖଠାରୁ ପଦ୍ମପୁର ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ସୋହେଲା ରାଜରାସ୍ତା ଅବରୋଧ ସହ ସମସ୍ତ ରାଜରାସ୍ତା ଓ ଦୋକାନ ବଜାରକୁ ବୀମା କ୍ଷତି ପୂରଣ ନ ପାଇବା ଯାଏଁ ସମ୍ପୂର୍ଣ୍ଣ ସବଡିଭିଜନକୁ ଅଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨ୟ ପର୍ଯ୍ୟାୟରେ ଜିଲ୍ଲାପାଳ ଅଫିସ ଘେରାଉ ସହ ବରଗଡ଼ଠାରେ ରେଳ ରୋକ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି । ତେଣୁ ପଦ୍ମପୁର ଉପଖଣ୍ଡର ସମସ୍ତ କୃଷକ ସଙ୍ଗଠନ, ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟି ଓ ଅନ୍ୟାନ୍ୟ ସମସ୍ତ ସଂଗଠନ ସମସ୍ତ ଚାଷୀ, ମହିଳା, ଯୁବକ ମାନଙ୍କୁ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ବୈଠକରେ ଚାଷୀ ନେତା ରମେଶ ମହାପାତ୍ର, ଆବାହକ ଅଶୋକ ସାହୁ, ଆଇନଜୀବୀ ଅଜିତ ଶତପଥି ଓ ଚିନ୍ମୟ ପଣ୍ଡା, ଝାରବନ୍ଧ ବ୍ଲକରୁ କ୍ଷମାନିଧି ସାହୁ, ଭଜନ ସାଗର, ଅବଧୂତ ଜଗତ, ଗାଇସିଲେଟରୁ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ବିରେନ ପଧାନ, ଗଜପତି ସାହୁ, ପାଇକମାଲରୁ ବିଶ୍ୱନାଥ ରଣା, ରାହାସ ସାହୁ, ଦହିତ ସାହୁ, ବାଳକୃଷ୍ଣ ବନଛୋର, ପଦ୍ମପୁର ଏନ୍‌ଏସିରୁ ସୁବାଷ ବରିହା, କରମ ଚାନ୍ଦ ମେହେର, ଲୋହିତ ରଣା, ପଦ୍ମପୁରରୁ ଅମୃତଲାଲ ସାହୁ, ପ୍ରଶାନ୍ତ ପଧାନ, ରୋହିତ ପଧାନ, ରାହାସ ବିହାରୀ ସାହୁ, ବିଜେପୁରରୁ ଯଦୁମଣି ପୁଟେଲ, ସମ୍ବୋଦ ବାରିକ, ସୁବାଷ ପଧାନ, ପାଇକମାଲ (ଲଖମରା)ରୁ ଦହିତ ସାହୁ, ମଳୟ ଭୋଇ, କୁଳମଣି ବାରିକ, ଲିଙ୍ଗ ପଧାନ, ମନବୋଧ ବିଶ୍ୱାଳ ଓ ସଂଗଠନର ଅନେକ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.