
ବ୍ରହ୍ମପୁର : ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ (୭୦) । ସୂଚନା ଯୋଗ୍ୟ ଯେ, ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ କୌଣସି କାମରେ ଛକକୁ ଆସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସାଇବାଣୀ ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକରେ ବସିଥିବା ୨ଜଣ ଯୁବକ ମଧ୍ୟ ଆହତ ହୋଇଥିଲେ । ଏନେଇ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଦାବିରେ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।