oum

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବଲାଙ୍ଗିର ଠାରେ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ବଲାଙ୍ଗିର ଠାରେ ପଶ୍ଚିମ ଓଡିଶାର ଗଣପର୍ବ ତଥା ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାର୍ଥୀ ପରିଷଦର ରାଜ୍ୟସମ୍ପାଦକ ସୌଭାଗ୍ୟ ମହାନ୍ତି ଉପସ୍ଥିତ ଥିବା ବେଳେ ନୂଆଁଖାଇ କିଭଳି ଗୋଟିଏ ଭାଇଚାରାର ପର୍ବ ଓ ବିଦ୍ୟାର୍ଥୀ ମାନଙ୍କ ଲକ୍ଷ୍ୟ, ଆଦର୍ଶ କଣ ରହିବା ଦରକାର ସେ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିରର ଜଣାଶୁଣା କଳାକାର ତଥା କଲାନିକେତନର ଅଧ୍ୟକ୍ଷ ଦିଲୀପ କୁମାର ସିଂଦେଓ ଉପସ୍ଥିତ ରହି ନୂଆଁଖାଇର ଗୁରୁତ୍ୱ ଉପରେ ବିଷୟ ରଖିଥିଲେ । ଏଥିରେ ରାଜ୍ୟ ସଂପାଦକ ବିଜୟ କଲତା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଗଠନରେ ଏବିଭିପିର ଭୂମିକା ଉପରେ କହିଥିବା ବେଳେ ବଲାଂଗିର ଜିଲ୍ଳାର ଜିଲ୍ଲା ପ୍ରମୁଖ ହେମନ୍ତ ମଲ୍ଲିକ ରାଷ୍ଟ୍ରଗଠନ ଓ ସମାଜିକ ସଂସ୍କାରରେ ବିଦ୍ୟାର୍ଥୀ ମାନଙ୍କ ଭୂମିକା ଉପରେ ଗରୁତ୍ୱ ରୋପ କରିଥିଲେ । ଜିଲ୍ଲାରୁ ୨୧୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଭେଟଘାଟ କାର୍ଯ୍ୟକ୍ରମ ତିନିଘାଣ୍ଟର ହୋଇଥିଲା ପ୍ରଥମ ୧ଘଣ୍ଟା ୩୦ ମିନିଟ ନୂଆଁଖାଇ ଓ ବିଦ୍ୟାର୍ଥୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ ଉପରେ ଅତିଥି ମାନେ ବିଷୟ ରଖିଥିଲେ ଓ ଦ୍ଵିତୀୟରେ ଗୋଟିଏ ଘଣ୍ଟାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସମ୍ବଲପୁରୀ, ଓଡ଼ିଶୀ ଓ ଦେଶପ୍ରମ ଗୀତ ଆସୁଥିବା କର୍ଯ୍ୟକର୍ତା ମାନେ ପରିବେଷଣ କରିଥିଲେ ଓ ଶେଷରେ ଗୋଟିଏ ମାସ ପୂର୍ବରୁ ଅନଲାଇନରେ ଆୟୋଜନ କରାଯାଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ଘୋଷଣା କରାଯାଇଥିଲା । ପରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ନଗର ସହସମ୍ପାଦକ ବିଶ୍ୱଜିତ ହୋତା ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ନିଲମ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ରୋହନ ସ୍ୱାଇଁ, ବିଲସିନୀ ପୁଟା, ବୁଲୁ ସା, ଯଶୋବନ୍ତ ମାଝି ,ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.