ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଅନୁଗୁଳ ଏସପିଙ୍କୁ ଦାବୀପତ୍ର

ଅନୁଗୁଳ : ଅନୁଗୁଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ ମାନେ ଅନୁଗୁଳ ସରକାରୀ ମହାବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ଅନୁଗୁଳ ଏସପିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ୨୪-୦୭-୨୦୨୧ ତାରିଖ ଦିନ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗିରିଧି ବାସିଆ ଗ୍ରାମର ମଧୁସ୍ମିତା ଭୋଇଙ୍କୁ କିଛି ନର ପିଶାଚ ମାନେ ଦୁଷ୍କର୍ମ କରିବା ସହିତ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ମଧୁସ୍ମିତା ଭୋଇ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ କଳାର ଭୂଗୋଳ ବିଭାଗର ଶେଷ ବର୍ଷ ଛାତ୍ରୀ ଥିଲେ ଯାହାକି ତାଙ୍କର ସହପାଠିଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି । ଛାତ୍ରଛାତ୍ରୀ ମାନଙ୍କର ଦାବୀ ମୁତାବକ ଏଭଳି ଏକ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରି ଦୋଷୀ ମାନଙ୍କୁ ଗିରଫ କରି କୋଠରରୁ କୋଠର ଦଣ୍ଡ ଦିଆଯାଉ ଏବଂ ତାଙ୍କର ପରିବାରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଉଚିତ୍ ନ୍ୟାୟ ଦିଆଯାଉ । ଯାହା ଫଳରେ ଅନ୍ୟ କୌଣସି ଲୋକ ଏମିତି କାମ କରିବା ପୂର୍ବରୁ ହଜାର ଥର ଚିନ୍ତା କରିବ ଏବଂ କୌଣସି ନାରୀ ଜାତିକୁ ଅସମ୍ମାନ କରିବା ପାଇଁ କେବେ ବି ସାହସ କରିବ ନାହିଁ ।

Leave A Reply

Your email address will not be published.