oom

‘ଏବ୍ଲି’ର ୟୁନିଟ ୩ ସୋରୁମ ବଲାଙ୍ଗିର ସହରର ଭାଗରଥି ଛକଠାରେ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଥିବା ‘ଏବ୍ଲି’ର ୟୁନିଟ ୩ ସୋରୁମ ଭାଗିରଥି ଛକଠାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି ତିନି ମହଲା ବିଶିଷ୍ଟ ସୋରୁମ ତଳ ମହଲରେ ବିଭିନ୍ନ କମ୍ପାନୀର ଟିଭି, ଏସି, ମୋବାଇଲ, କମ୍ପୁଟର, କ୍ୟାମେରା ଆଦି ରଖାଯାଇଛି । ପ୍ରଥମ ମହଲରେ ଭୋଲଟାଜ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ମାନସ କୁମାର ମଲ୍ଲିକଙ୍କ କରକମଳରେ ଉଦଘାଟନ କରାଯାଇଛି । ଏହି ବିକ୍ରୟ କେନ୍ଦ୍ରରେ ଭୋଲଟାଜ କମ୍ପାନୀର ବିଭିନ୍ନ ଉପକରଣ ଯଥା :- ଏସି, ଫ୍ରିଜ, କୁଲର, ଡିପ ଫ୍ରିଜର, ଭି.ଜି କୁଲର, ବାସନମଜା ମେସିନ, ମାଇକ୍ରୋ ୱେଭ, ଓଭେନ ଇତ୍ୟାଦି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସେହିପରି ଦ୍ଵିତୀୟ ମହଲାରେ ବିଭିନ୍ନ ପ୍ରକାରର ଗୃହଉପକରଣ ଫର୍ନିଚର ଯଥା :- ବେଡ଼, ସୋଫା, ଡ୍ରେସିଂ ଟେବୁଲ୍‌ ଇତ୍ୟାଦି ରଖାଯାଇଛି । ନବଦିନାତ୍ମକ ଶାରଦୀୟ ଦଶହରା ଉପଲକ୍ଷେ ଭୋଲଟାଜ କମ୍ପାନୀ ଏବଂ ଦୋକାନୀ ତରଫରୁ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର କ୍ୟାସବେକ, ଡିସକାଉଣ୍ଟ ନିଶ୍ଚିତ ଉପହାର ପ୍ରଦାନ କରାଯିବ । ଏହି ଉଦଘାଟନ ଅବସରରେ ଭୋଲଟାଜ କମ୍ପାନୀର ରାଜ୍ୟ ପ୍ରବନ୍ଧକ ଦୀପକ ସାମଲ, ବିଭୁତି ପଣ୍ଡା, ଦୋକାନୀ ଆଶିଷ କୁମାର ରଥ, ସଂଜୀବ କୁମାର ରଥ, ସୁନୀତି ରଥ, ନୀଲମ ରଥ, ମହେଶ ବନଛୋର, ସୁଶାନ୍ତ, ଆକାଶ, ଦୀପକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଉଦ୍‌ଘାଟନୀ ସମାରୋହକୁ ସୁଶ୍ରୀ ସୁଶୋଭିତା ଗୁରୁ ଏବଂ ଶ୍ରୀମତୀ ଦୀପ୍ତିମାଳା ତ୍ରିପାଠୀ ସୁଚାରୁ ରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.