କେଶରୀୟା ହିନ୍ଦୁ ବାହିନୀ ତରଫରୁ ଝାରସୁଗୁଡାରୁ ଦି‌‌ଲ୍ଲୀ ଅଭିମୁଖେ ବାହାରିଥିବା ଅଭିରାମ ଶତପଥିଙ୍କୁ ଜାତୀୟ ପତାକା ଭେଟି ଦେବା ସହ ଆର୍ଥିକ ସହାୟତା ପ୍ରଦାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲା‌ଙ୍ଗିର ତରଫରୁ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ‌ଙ୍କ ନେତୃ‌ତ୍ୱରେ ଅଭିରାମ ଶତପଥିଙ୍କୁ ସ୍ୱାଗତ କରି ଜାତୀୟ ପତାକା ଭେଟି ଦେବା ସହ କାର୍ୟ୍ୟାଳୟ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ସମାଜର ଉନ୍ନତି କରିବା ଓ ସମାଜକୁ ନିଶାମୁକ୍ତି କରିବା ନେଇ ଅଭିରାମ ଶତପଥି ନିଜର ବାସସ୍ଥାନ ଝାରସୁଗୁଡା ଜିଲ୍ଲାରୁ ପଦଯାତ୍ରାରେ ବାହାରି ପୁରୀରେ ପହଂଚି ୮୮୮ କିଲୋମିଟରର ଯାତ୍ରା ଅତିକ୍ରମ କରି ବଲା‌ଙ୍ଗିରରେ ପହଞ୍ଚିଛନ୍ତି । ଶ୍ରୀ ଶତପଥି ଦିଲ୍ଲୀ ଅଭିମୁଖେ ବାହାରି ଦିଲ୍ଲୀରେ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ପହଁଚିବେ । କେଶରୀୟା ହିନ୍ଦୁ ବାହିନୀ ଶ୍ରୀ ଶତପଥିଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିବା ସହ ଆଗାମୀ ଦିନରେ ତାଙ୍କର ଯାତ୍ରାକୁ ଶୁଭକାମନା କରିଛି ।

Leave A Reply

Your email address will not be published.