ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ : ୬ ଜଣ ଅଭିଯୁକ୍ତଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ ୬ ଜଣ ଅଭିଯୁକ୍ତଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ । ହତ୍ୟାକାଣ୍ଡ ପଛରେ ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି । ଗିରଫ ସଂଖ୍ୟା ବଢିବା ନେଇ ସମ୍ଭାବନା ବୋଲି ଜଣା ପଡ଼ିଛି । ରାଜନୈତିକ ଆକ୍ରୋଶ ଓ ବ୍ୟବସାୟ କାରଣରୁ ୨୦ ଲକ୍ଷ ଟଙ୍କା ଡିଲରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା । ଗିରଫ ଅଭିଯୁକ୍ତମାନେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ, କୁଲାଗଡ ଗ୍ରାମର କାମେଶ୍ଵର ଗୌଡ, ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ, ଧରାକୋଟର ସୂର୍ଯ୍ୟ ନାଇକ । ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ମିଳିଛି, ଶେରଗଡ଼ ବ୍ଲକ ବିଜେଡିର ପ୍ରଭାବଶାଳୀ ନେତାଙ୍କ ନାମ ମଧ୍ୟ ଏଫ୍‌ ଆଇଆରରେ ଅଭିଯୋଗ ରହିଥିବା କୁହାଯାଏ ।

jittmm
Leave A Reply

Your email address will not be published.