centurian jitm

ବନ୍ଧୁକ ମୁନରେ ୬୯ ହଜାର ଡକାୟତି ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ସୋମବାର ବିଳମ୍ବିତ ରାତ୍ରୀରେ ବନ୍ଧୁକ ଦେଖାଇ ଜଣେ ଚାଷୀଙ୍କ ଘରୁ ୬୯ ହଜାର ଟଙ୍କା ଡକାୟତି ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ଅଭିଯୋଗକାରୀ ବରୁଣ ମାଝି ଆଜି ସକାଳେ କଲମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପାଣ୍ଡିଗାଁ ପିଷ୍ଟା ପଡ଼ାର ବରୁଣ ମାଝୀ ପରିବାର ସହ ତାଙ୍କ ଘରେ ଶୋଇଥିଲେ । ସେ ରାତ୍ରୀରେ ବାହାରକୁ ବାହାରିବା ସମୟରେ ହଠାତ ୪ ଜଣ ଡକାୟତ ବରୁଣଙ୍କ ମୁଣ୍ଡରେ ପିସ୍ତଲ ରଖି ଟଙ୍କା ମାଗିଥଲେ । ବରୁଣ ଭୟରେ ଘରେ ସୁଟକେଶରେ ରଖିଥିବା ୬୯, ୦୦୦ (ଅଣସ୍ତୋରୀ ହଜାର) ଟଙ୍କା ଡକାୟତ ମାନଙ୍କୁ ଦେଇଦେଇଥିଲେ । ସେମାନେ ବରୁଣଙ୍କୁ କିଛି ବାଟ ନେବାପରେ ଦୁଇଟି ବାଇକରେ ଚାଲିଯାଇଥିବା ବେଳେ ଡକାୟତମାନେ ହିନ୍ଦୀ ମିଶା ଓଡ଼ିଆରେ ଧମକ ଦେଉଥିଲେ ବୋଲି ବରୁଣ ପ୍ରକାଶ କରିଛନ୍ତି । ଅଭିଯୋଗ ପାଇ କଲମପୁର ଆଇଆଇସି ନୀଳାମ୍ବର ଯାନୀ ପୁଲିସ ଦଳ ସହ ବରୁଣଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଡକାୟତି ଘଟଣା କେଉଁ ମୋଡ଼ ନେଉଛି ତାହା ଆଗାମୀ ସମୟ କହିବ ।

Leave A Reply

Your email address will not be published.