om academy

ନୃସିଂହନାଥ ମନ୍ଦିର ଟଙ୍କା ଯାଉଛି କୁଆଡେ : ଜନ ସାଧାରଣଙ୍କ ଅଭିଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର । ଭାରତ ସହିତ ପୃଥିବୀର କୋଣ ଅନୁକୋଣରେ ଥିବା ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ମାନଙ୍କୁ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରତି ଟାଣି ଆଣୁଛି ପୁରାତନ ମନ୍ଦିର ଏବଂ ଗନ୍ଧମାର୍ଦ୍ଦନ ପର୍ବତରେ ସୌନ୍ଦର୍ଯ୍ୟ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ନୃସିଂହନାଥ ମନ୍ଦିରକୁ ଦର୍ଶନ କରିବାକୁ ଆସୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟତାରେ ପରିପୂର୍ଣ୍ଣ ଓଡ଼ିଶାର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ଏଥିରେ କୌଣସି ସନ୍ଦେହ ନାହିଁ । ଏହି ସବୁ ଦୃଷ୍ଟିରୁ ମନ୍ଦିରର ସ୍ୱଚ୍ଛତାକୁ ବିଚାର କଲେ ମନ୍ଦିରରେ ଯେଉଁ ଅବହେଳା ସୃଷ୍ଟି କରାଯାଇଛି ତାହା ବାସ୍ତବରେ ଚିନ୍ତା ଜନକ । ପର୍ଯ୍ୟଟକ ମାନେ ଅନେକ ମାତ୍ରାରେ ଆସିଥାନ୍ତି ମନ୍ଦିର କାରୁକାର୍ଯ୍ୟ ତଥା ଗନ୍ଧମାର୍ଦ୍ଦନ ପର୍ବତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ । ବାସ୍ତବରେ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଯେଉଁ ସୁବିଧା ସୁଯୋଗ ରହିବା କଥା ତାହା ଏପର୍ଯ୍ୟନ୍ତ ମନ୍ଦିର କାର୍ଯ୍ୟ ନିର୍ବାହ ଅଧିକାରୀ ତଥା ପ୍ରଶାସନର ଅବହେଳା ଯୋଗୁଁ ଭକ୍ତମାନେ ନିରାଶ ହୋଇ ଫେରୁଛନ୍ତି ଏହା ବଦଳରେ ପ୍ରଶାସକ ତଥା ଅସାଧୁ କର୍ମଚାରୀ ମାଲାମାଲ ହେଉଥିବା ପରିଲକ୍ଷିତ ହେଉଛି । ମନ୍ଦିର ଟ୍ରଷ୍ଟରୁ ବିଭିନ୍ନ ଠିକା ବିଚରଣ କରାଯାଇ ଯେଉଁ ଟଙ୍କା ଆଦାୟ ହେଉଛି ଯାଉଛି କୁଆଡ଼େ ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି ? ମନ୍ଦିର ଟଙ୍କାକୁ ଆତ୍ମସାତ କରାଯାଇ ମନ୍ଦିର ମୁଖ୍ୟ ତଥା ସେବକ ମାନେ ରାତାରାତି ପାଳଟୁଛନ୍ତି କୋଟିପତି । ଏତେ ଟଙ୍କା ଆଦାୟ ହୋଇ ମଧ୍ୟ ଏପର୍ଯ୍ୟନ୍ତ ଭକ୍ତମାନଙ୍କୁ ମୁକ୍ତରେ ଭୋଗ ଦିଆଯାଉ ନାହିଁ । ମନ୍ଦିର ଚାରି ପାଶ୍ୱର୍ରେ ପାଣିର ଅବ୍ୟବସ୍ଥା, ପାଇଖାନାର ଅଭାବ, ପାର୍କିଂ ବ୍ୟବସ୍ଥା ନଥିବା ବେଳେ ପ୍ରତ୍ୟୋକ ଠିକା କର୍ମଚାରୀଙ୍କ ଆତ୍ମସାତ ମନୋବୃତ୍ତି ପାଇଁ ଭକ୍ତମାନେ ଲୁଟ୍‌ର ଶିକାର ହୋଇଥାନ୍ତି । ମନ୍ଦିର ତରଫରୁ ଆଦାୟ କରା ଯାଉଥିବା କୋଟି କୋଟି ଟଙ୍କାକୁ ହିସାବରେ ନିଆଗଲେ ଭକ୍ତମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦେବାକଥା ତାହା ଦେଖା ଯାଉନାହିଁ । ଏହି ସବୁ ଦୃଷ୍ଟିରୁ ବିଚାର କରାଗଲେ ମନ୍ଦିର ପ୍ରଶାସନ ଏବଂ ସରକାରୀ ବାବୁଙ୍କ ମିଳିତ ହାତମୁଁଠା ଯୋଗୁଁ କୌଣସି ବ୍ୟକ୍ତି ସ୍ୱର ଉତ୍ତୋଳନ କରି ପାରନ୍ତି ନାହିଁ । ଦିର୍ଘ ବର୍ଷ ଧରି ବିଜୁ ଜନତା ଦଳର ସରକାର ଥିବା ସମୟରେ ଦୁର୍ନୀତିଖୋର ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ବେଳେ ବର୍ତ୍ତମାନ ଦୁର୍ନୀତି ପ୍ରତି ଶୁନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ବିଜେପି ସରକାର ନୂତନ ଭାବେ ଆସିଥିବାରୁ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ମନରେ ସରକାରଙ୍କ ପାଖେ ଦାବୀ କରାଯାଇଛି ।

Leave A Reply

Your email address will not be published.