ବଲାଙ୍ଗିର, (କେପିଏନ୍ଏସ୍) : ମିଳିଲା ଅଜଣା ମହିଳାଙ୍କ ପରିଚୟ । ହତ୍ୟା ନୁହେଁ ବରଂ ନିଜେ ଚଳନ୍ତା ଟ୍ରେନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ପ୍ରେମ ପ୍ରତାରଣା ଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ମୃତ ମହିଳା ବଲାଙ୍ଗିର ସହରର ୧୭ ନଂ ୱାର୍ଡ ମାଲଗୋଦାମ ପଦାର ପ୍ରୀତି ସାହୁ ବୋଲି ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରେ ଖୁଜେନପାଲି ଟ୍ରେନ ଟ୍ରାକକୁ ଡେଇଁ ଆତ୍ମହତ୍ୟା କରିଥିବା ଜିଆରପି ପୋଲିସ ପକ୍ଷରୁ ଜଣାପଡିଛି । ମୃତ ପ୍ରୀତି ପ୍ରଥମେ ବିବାହ କରିଥିଲେ, ତାଙ୍କର ଦୁଇ ବର୍ଷର ଛୁଆ ମଧ୍ୟ ଅଛି । ତାଙ୍କର ବୈବାହିକ ଜୀବନରେ ଝଗଡ଼ା ଲାଗି ରହିଥିଲା । ତେଣୁ ସେ ତାଙ୍କ ସ୍ୱାମୀକୁ ଛାଡି ଦେଇଥିଲେ । ପରେ ପୁଣି ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ପ୍ରୀତି ତାମିଲନାଡୁକୁ ଫେରାର ହୋଇଥିଲେ, ସେ ମଧ୍ୟ ପ୍ରୀତିଙ୍କୁ ଛାଡି ଦେଇଥିଲା ଯାହା ଫଳରେ ପ୍ରୀତିଙ୍କ ବାପା ଦୀର୍ଘଦିନ ହେଲା ତାଙ୍କୁ ଓ ତାଙ୍କ ଦୁଇ ବର୍ଷର ଛୁଆକୁ ଘରେ ରଖିଥିଲେ । ହେଲେ ପୁଣି କଣ ହେଲା କେଜାଣି ଗତ ବିଳମ୍ବିତ ରାତିରେ ଟ୍ରେନ୍ ଆଗକୁ ଡେଇଁ ପ୍ରୀତି ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣା ବିଷୟରେ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।