କେସିଙ୍ଗା, (ପ୍ରୀତେଶ ପଟେଲ) : ହୁ ହୁ ହୋଇ ଜଳିଗଲା କାଜୁ ବଗିଚା । ନିଆଁ ଲିଭାଇଲା ଦମକଳ ବାହିନୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତର ବାହାଦୁରପିଟା ଗ୍ରାମର ତେଜରାଜ୍ ନାଏକଙ୍କ କାଜୁ ବଗିଚାରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେଇଥିବା କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ବାହାଦୁରପିଟାର ତେଜରାଜ ନାଏକଙ୍କ କାଜୁ ବଗିଚାରେ କେହି ନିଆଁ ଲଗାଇ ଦେଇଥିଲେ । ଫୋନ ଯୋଗେ ଖବର ପାଇଁ ତେଜରାଜ ନାଏକ ସଙ୍ଗେ ସଙ୍ଗେ କେସିଙ୍ଗା ଅଗ୍ନିଶମ ବାହିନୀକୁ ଖବର ଦେଲା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ୍ତ କରିଥିଲା । ହେଲେ ସେତେବେଳ ପର୍ୟ୍ୟନ୍ତ ସବୁ ଜଳି ଛାରଖାର୍ ହୋଇ ସାରିଥିଲା । ଏହି ଘଟଣାକୁ ନେଇ ତେଜରାଜ ନାଏକ କେସିଙ୍ଗା ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେହି ଗ୍ରାମର ଯୁଗଳ କିଶୋର ନାଏକ ତାଙ୍କୁ ନିଆଁ ଲଗାଇବାର ଧମକ ଦେଇଥିବା ବେଳେ ସେ ନିଆଁ ଲଗାଇ ଦେଇଛି ବୋଲି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିବା ସହ ନିଜ ପ୍ରତିକ୍ରିୟାରେରେ କହିଛନ୍ତି ତେଜରାଜ ନାଏକ ।