ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ୧୨ ଅକ୍ଟୋବର, ୨୦୨୫ ତାରିଖ ତୁରେକେଲା ପିଏସ୍ କେସ୍ ନମ୍ବର ୨୮୬ ସହିତ ଜଡିତ ଦୁଇ ଅଭିଯୁକ୍ତ, ଗଇନ୍ଦିମାଲ ଗ୍ରାମର ସତ୍ୟନାରାୟଣ ଚିରଗୁନ୍ (୪୦) ଏବଂ ଲାଠୋର ଥାନା ପିପଲବାହାଲ୍ ଗ୍ରାମର ଇନ୍ଦ୍ର ମେହେର (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ରବିବାର ରାତିରେ, ପୋଲିସ ସତ୍ୟନାରାୟଣ ଚିରଗୁନ୍ ଓରଫ୍ ମାନାଙ୍କୁ ଗଇନ୍ଦିମାଲ ଏବଂ ବାରିଆଲି ଗ୍ରାମରୁ ଲାଠୋରର ରେଳ ଷ୍ଟେସନ ଅଭିମୁଖେ ପାଞ୍ଚ ଜଣ ଶ୍ରମିକ ଚାଲାଣ କରୁଥିବା ସମୟରେ ଅଟକାଇଥିଲା । ଏହି ଅଭିଯାନରେ ପରିବହନ ପାଇଁ ବ୍ୟବହୃତ ଏକ ଆର୍ଟିଗା ଗାଡ଼ି ଜବତ କରାଯାଇଥିଲା । ତଦନ୍ତ ପରେ ସର୍ଦ୍ଦାର ଏବଂ ଡ୍ରାଇଭର ଇନ୍ଦ୍ର ମେହେର ଉଭୟଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟରେହାଜର କରାଇଥିଲେ । ଅଞ୍ଚଳର ଶ୍ରମିକଙ୍କ ସୁରକ୍ଷା ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ତୁରେକେଲା ପୋଲିସ କର୍ତ୍ତୃପକ୍ଷ ଏପରି ଚାଲାଣ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.