ଓଡିଶା ରାଜ୍ୟ ଜଳ ଓ ପରିମଳ ମିଶନ କର୍ମଚାରୀ ସଂଘ ତରଫରୁ ପୁନଃ ନିଯୁକ୍ତି ପାଇଁ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଜଳ ଓ ପରିମଳ କର୍ମଚାରୀ ସଂଘ ତରଫରୁ ସାଧାରଣ ସମ୍ପାଦକ ପ୍ରମୋଦ ବଗର୍ତ୍ତି ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ପାଇଁ ଗତ ତା. ୧୫/୭/୨୦୨୪ରେ ରାଜ୍ୟ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଥିଲେ । ଆଜି ପୁଣି ଥରେ ରାଜ୍ୟ ସରକାରଙ୍କର ଅଭିଯୋଗ ପ୍ରକୋଷ୍ଠରେ ପଞ୍ଚାୟତ ରାଜ୍ୟ ଓ ପାନୀୟ ଜଳ ଓ ପରିମଳର ନିର୍ଦ୍ଦେଶକ ଭିନିତ ଭରଦ୍ୱାଜଙ୍କୁ ଭେଟି ଦାବୀ ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ୨୦୧୯ ମସିହାରେ ଛଟେଇକରି ବାହ୍ୟ ସଂସ୍ଥା ଦ୍ଵାରା କାମ ଅଭିଜ୍ଞତା ଥିବା ମାନବ ସମ୍ବଳକୁ ଅନିୟମିତତା ଘେରରେ ନିଯୁକ୍ତି ପ୍ରଦାନ କରାଯାଇଛି । ଦୀର୍ଘ ୧୭ ବର୍ଷ ଧରି କାମ କରିଥିବା ଅଭିଜ୍ଞତା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ମିଳିନାହିଁ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଳ ଜୀବନ ମିଶନର କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ମିଶନର ତୃତୀୟ ପର୍ଯ୍ୟାୟର ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପରେ ବର୍ତ୍ତମାନ ଅଗ୍ରାଧିକାର ଭିତ୍ତିରେ ଅଭିଜ୍ଞତା ସମ୍ପନ୍ନ ଏବଂ ଜଳ ଓ ପରିମଳ ମିଶନର ଅଭିଜ୍ଞତା ହାସଳ କରିଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦାବୀ ଜଣାଯାଇଛି ।

Leave A Reply

Your email address will not be published.