ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ନାମରେ ଫ୍ୟାକ୍‌ ଏକାଉଣ୍ଟ ଖୋଲିଥିବା ଅଭିଯୋଗ : ଟଙ୍କା ଅସୁଳି ପାଇଁ ଅଭିଯୁକ୍ତଙ୍କ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସାଇବର ଅପରାଧୀମାନେ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ହ୍ୟାକ କରି ଠକେଇ ଉଦ୍ୟମ କରୁଥିବା ବେଳେ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର । ତାଙ୍କ ଫେସବୁକକୁ ହ୍ୟାକ୍‌ କରି କେହି ଜଣେ ଫ୍ୟାକ ଫେସବୁକ ଏକାଉଣ୍ଟ ଖୋଲି ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ସେ ଉକ୍ତ ଫ୍ୟାକ ଏକାଉଣ୍ଟରୁ ବିଭିନ୍ନ ଲୋକଙ୍କ ନିକଟକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ସହ ଜରୁରି କାରଣ ଦର୍ଶାଇ ଟଙ୍କା ମାଗୁଥିବାର ଜଣାଯାଇଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ବହୁ ଲୋକଙ୍କ ନିକଟରୁ ଏଭଳି ଅଭିଯୋଗ ଆସିବା ପରେ ଶ୍ରୀ ମିଶ୍ର ପଦ୍ମପୁର ଥାନାରେ ସୂଚନା ଦେଇଛନ୍ତି । ତେଣୁ ଫ୍ୟାକ୍‌ ଫ୍ରେଣ୍ଡ ରିକ୍ୱେଷ୍ଟକୁ କେହି ଗ୍ରହଣ କରନ୍ତୁ ନାହିଁ ଏବଂ ଯେ କୌଣସି ବ୍ୟକ୍ତିଙ୍କ ଫେକ୍‌ ଏକାଉଣ୍ଟ ନଜରକୁ ଆସିଲେ ଫ୍ୟାକ୍‌ ପ୍ରୋଫାଇଲରେ ଥିବା ତିନି ବିନ୍ଦୁକୁ ଛୁଇଁ ଫେକ୍‌ ଆକାଉଣ୍ଟ ରିପୋର୍ଟ କରିବା ସହିତ ଏ ଦିଗରେ ସତର୍କ ରହିବାକୁ ଫେସବୁକ ଫ୍ରେଣ୍ଡ ମାନଙ୍କୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି ।

Leave A Reply

Your email address will not be published.