ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସାମାଜିକ ସୁରକ୍ଷା ପାଇଁ ଅସହାୟ, ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ ସାହାଯ୍ୟ କରିବା ସକାଶେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେତୁ ହେଉ ବା ଅଫିସରମାନଙ୍କ ଆନ୍ତରିକତା ଅଭାବ ହେତୁ ହେଉ ସମାଜରେ ଯୋଗ୍ୟ ହିତାଧିକାରୀମାନେ ସେହି ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମର ଉରକୁଲି ଦୁଆରୀ ବୟସ ପାଖାପାଖି ୬୮ ବର୍ଷ ହେଲାଣି ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ସେ ଜଣେ ଗରିବ ଅସହାୟ ବୃଦ୍ଧା ଅଟନ୍ତି । ପ୍ରଶାସନ ନିକଟରେ ଅନେକ ଥର ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ । ତେଣୁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.