jayashree

ବସୁଧା ଯୋଜନାରେ ଅନିୟମିତତା ଅଭିଯୋଗ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବସୁଧା ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମରେ ଲୋକେ ଗ୍ରୀଷ୍ମ ପ୍ରବାହରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତିଆରି ହୋଇଥିବା ଓଭର ଟ୍ୟାଙ୍କ ଏ ଯାଏଁ ଲୋକଙ୍କୁ ପାଣି ବୁନ୍ଦାଏ ଦେଇ ପାରିଲା ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ୧୨,୪୯,୯୦୨ ଟଙ୍କା ଅଟକଳ ପରିମାଣର ପ୍ରକଳ୍ପ କରାଯାଇଛି । ସୂଚନା ଫଳକ ବି ଲାଗିଛି । କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ପାଣି ଦେବାର ବ୍ୟବସ୍ଥା କରି ନାହାନ୍ତି ଦଲାଲ ଓ ଠିକାଦାର ବୋଲି ଅଭିଯୋଗ ହୋଇଛି । ସବୁ ଜିନିଷ ଖଞ୍ଜା ଯାଇଛି କିନ୍ତୁ ଏ ଯାଏଁ ପାଣି ମଟର ଲାଗିନଥିବା ଅଭିଯୋଗ ହୋଇଛି । ଏନେଇ କାର୍ଯ୍ୟରତ ଜେଇଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ମୁଁ କିଛି ଜାଣି ନାହିିଁ, ମୋର ଏଠି ନୂଆ ପୋଷ୍ଟିଙ୍ଗ ହୋଇଛି । ତେବେ ଏଠି ଏହି ଅବ୍ୟବସ୍ଥା ପାଇଁ ଦାୟୀ କିଏ ବୋଲି କନ୍ଧେନଝୁଲା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ଏବଂ ଦେଖିବାକୁ ରହିଲା ପ୍ରଶାସନ କେବେ ଆମର ଦୁଃଖ ଶୁଣି ଆମକୁ ପିଇବା ପାଣି ସମସ୍ୟାରୁ ଉଦ୍ଧାର କରୁଛି ବୋଲି କନ୍ଧେନଝୁଲା ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.