ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତାଲଯୁରି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୧୨ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଛେଳି ମାଲିକ । ସୂଚନା ଅନୁସାରେ ତାଲଯୁରି ଗ୍ରାମର ଲାଲ ଚିରଗୁନ୍(୪୫) ତାଙ୍କ ଘରେ ୩୦ଟି ଛେଳି ପାଳନ କରିଛନ୍ତି । ସମସ୍ତ ଛେଳିଙ୍କୁ ଗୁହାଳ ଭିତରେ ବାନ୍ଧି କବାଟ ଦେଇଥିଲେ । ହେଲେ କିଛି ଦୁବୃର୍ତ୍ତ ଆସି ୧୨ଟି ବଡ ବଡ ଛେଳି ଚୋରି କରି ନେଇଛନ୍ତି । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଛେଳି ନମିଳିବାରୁ ଲାଲ ଚିରଗୁନ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଚୋରି ହୋଇଥିବା ସମସ୍ତ ଛେଳିର ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ସେ ସମସ୍ତ ଛେଳିକୁ ଖୋଜି ବାହାର କରିବାକୁ ଦାବୀ କରିଛନ୍ତି ।
Next Post