jayashree

ଇ-କାର୍ଟ ଅଫିସରୁ ଲକର୍‌ ଚୋରି ଅଭିଯୋଗ, ୩ ଅଟକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ଗୁଡିଘାଟ ରାସ୍ତାରେ ଥିବା ଇ-କାର୍ଟ ଅଫିସରୁ ରବିବାର ବିଳମ୍ବିତ ରାତିରେ ଲକର୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଏନେଇ ଅଫିସ ସୁପରଭାଇଜର ବିଶ୍ୱଜିତ ତାଣ୍ଡି କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି । ଅଟକମାନେ ହେଲେ ବେଲପଡା ବ୍ଲକ ସଲଣ୍ଡି ଗାଁର ଟୁଲୁ ମହାପାତ୍ର ଓ ତାଙ୍କ ଦୁଇ ସହଯୋଗୀ ପପୁ ଧରୁଆ ଓ ସତ୍ୟବାନ ରାଉତ । ଉକ୍ତ ଲକର୍‌ରେ ୩ ଦିନର କଲେକ୍ସନ ୨ ଲକ୍ଷ ୪୫ ହଜାର ଟଙ୍କା ଥିଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.