jayashree

ମାଲଗୋଦାମପଡାଠାରେ ଜଣେ ବିହାର ରାଜ୍ୟର ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲଗୋଦାମପଡାଠାରେ ଜଣେ ବିହାର ରାଜ୍ୟର ଯୁବକଙ୍କୁ ଆକ୍ରମଣ ସହ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ବିହାରର ଅଜୟ କୁମାର(୨୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ଅଜୟ ମାଲଗୋଦାମପଡାରେ ଥିବା ଏକ ବନ୍ଧକୁ ଶୌଚ ହେବାକୁ ଯାଇଥିଲେ । ଏତିକି ବେଳେ ତିନିଜଣ ଯୁବକ ତାଙ୍କ ନିକଟକୁ ଆସି ପଚାରିଥିଲେ । ସେ ହିନ୍ଦୀ ଭାଷାରେ ଉତ୍ତର ଦେବାରୁ ଯୁବକ ଜଣକ ବାହାରୁ ଆସିଛି ବୋଲି ଜାଣିପାରି ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ସେ ଧରିଥିବା ୧୭ ହଜାର ଟଙ୍କାର ଏକ ମୋବାଇଲ ଓ କିଛି ନଗଦ ଟଙ୍କା ଲୁଟି ନେଇଥିଲେ । ଅଜୟ ତାଙ୍କ ପଛରେ ଦଉଡିବାରୁ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ । ଅଜୟ ଘରକୁ ଆସି ସବୁ କଥା କହିବାରୁ ପରିବାର ଲୋକେ ଟାଉନ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.