ନୂତନ ବସ୍‌ ଟର୍ମିନାଲ ଠାରେ ଦୋକାନୀଙ୍କୁ ହତ୍ୟା ଧମକ୍‌ ନେଇ ଟାଉନ ଥାନାରେ ଅଭିଯାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସ୍‌ ଟର୍ମିନାଲ ନିକଟରେ ଠେଲା ଦୋକାନୀ ପଙ୍କଜିନୀ ବରାଡଙ୍କ ପୁଅ ଓ ଝିଅଙ୍କୁ ତାଙ୍କ ପଡୋଶୀ ଠେଲା ଦୋକାନୀ ହତ୍ୟା ଧମକ୍‌ ଦେଇଛନ୍ତିି । ଏନେଇ ପଙ୍କଜିନୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଗୁପ୍ତେଶ୍ୱରନଗର ନିବାସୀ ପଙ୍କଜିନୀ ୨୦ ବର୍ଷଧରି ଆର୍‌ଟିଓ ଛକରେ ଠେଲା ଲଗାଇ ଆସୁଛନ୍ତି । ତେବେ ବସ୍‌ ଟର୍ମିନାଲ କାର୍ଯ୍ୟକ୍ରମ ହେବା ପରେ ଉକ୍ତ ବ୍ୟକ୍ତି ସେହି ସ୍ଥାନରେ ଖାଦ୍ୟ ସାମଗ୍ରୀ ବେପାର କରୁଛନ୍ତି । ତେବେ ପୂରୁଣା ବେପାରୀ ହୋଇଥିବାରୁ ପଙ୍କଜିନୀଙ୍କ ଦୋକାନକୁ ଅନେକ ଗ୍ରାହକ ଆସୁଛନ୍ତି । ସେହିପରି ବେପାର ମଧ୍ୟ ଭଲ ହେଉଛି । ଯାହାକୁ ସହ୍ୟ ନକରି ନିକଟରେ ଥିବା ଠେଲା ଦୋକାନୀ ବାରମ୍ବାର ହତ୍ୟା ଧମକ୍‌ ଦେଇ ଆସୁଥିଲେ । ଗତକାଲି ପଙ୍କଜିନୀଙ୍କ ପୁଅ ଓ ଝିଅ ଦୋକାନରେ ଥିଲେ । ଏହି ସମୟରେ ନିକଟ ଠେଲା ଦୋକାନୀ ଓ ତାଙ୍କ ଭାଇ ସେଠାରେ ପହଞ୍ଚି ସେମାନଙ୍କ ଠେଲା ଭାଙ୍ଗିଦେବାକୁ କହି ହତ୍ୟା ଧମକ୍‌ ଦେଇଥିଲେ । ଏନେଇ ପଙ୍କଜିନୀ ଗତକାଲି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ।

Leave A Reply

Your email address will not be published.