ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ଛକରେ ଥିବା ଏକ ସୁନା ଦୋକାନରୁ ଅଭିନବ ଉପାୟରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଉକ୍ତ ସୁନା ଦୋକାନକୁ ଦୁଇ ଜଣ ବ୍ୟକ୍ତି ଆସି ସେମାନେ ସାଙ୍ଗରେ ଆଣିଥବା ଏକ ସୁନା ଚେନ୍ ଦୋକାନୀକୁ ଦେଖାଇଥିଲେ । ସୁନା ଚେନ୍କୁ ବିକ୍ରି କରିବା ପାଇଁ ବଦଳରେ ଟଙ୍କା ମାଗିଥିଲେ । ମାଲିକ ମଧ୍ୟ ସେମାନଙ୍କ ଉପରେ ଭରସା କରି ଚେନ୍କୁ ଓଜନ କରି ଟଙ୍କା ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଚେନ୍କୁ ଦୋକାନୀ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡିଥିଲା । ଏନେଇ ଦୋକାନୀ ଜଣକ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Prev Post