ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ବିଜ୍‌ନେସକୁ ନେଇ ଅଜୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବଡଭାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଭୋର ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତମାନେ । ଖୁଲମ୍‌ ଖୁଲା ଦିନ୍‌ ଦାହାଡା ମା’ ସାମ୍ନାରେ ପୁଅକୁ ହତ୍ୟା କରି ଫେରାର୍‌ ମାରିଛନ୍ତି ମୁଖା ପିନ୍ଧା ହତ୍ୟାକାରୀ । ତେବେ ଏହାକୁ ନେଇ ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ହତ୍ୟାର ଶିକାର ହୋଇଥିବା ଇଟିଲି ବିକାଳୀ ତଥା ସୁଦପଡାର ଅଜୁ ଦୋରାଙ୍କ ବଡଭାଇ ବିଜ୍‌ନେସ୍‌କୁ ନେଇ ହତ୍ୟା କରାଯାଇଥିବା ପୋଲିସ ଓ ଗଣମାଧ୍ୟମର ସମ୍ମୁଖରେ ମୁହଁ ଖୋଲିଛନ୍ତି ।

jittmm
Leave A Reply

Your email address will not be published.