centurian jitm

ଅଧପନ୍ତରିଆ ଡ୍ରେନ ନିର୍ମାଣ ଯୋଗୁଁ କଂଟାବାଂଜି ଏନଏସିର ୱାର୍ଡ ନଂ.୧୧ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ

nschool

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସି ୱାର୍ଡ ନଂ.୧୧ରେ ଅଧ ପନ୍ତରିଆ ଭାବେ ଡ୍ରେନ କାମ କରାଯାଇଥିବାରୁ ଚଳିତ ବର୍ଷା ଋତୁରେ ବନ୍ଧପଡାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ଷା ପୂର୍ବରୁ ୱାର୍ଡ ନଂ.୧୧ର ବିଭିନ୍ନ ସାହି ବସ୍ତିରେ ଡ୍ରେନ ନିର୍ମାଣର ଆବଶ୍ୟକତା ନେଇ ସଂପୃକ୍ତ ପଡାବାସୀ ଗତ ୬/୬/୨୦୨୨ରେ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ କାଉନସିଲର ସୁର୍ଯ୍ୟପ୍ରତାପ ମିଶ୍ରଙ୍କ ଜରିଆରେ ଜଣାଇଥିଲେ । ଏପରିକି କାଉନସିଲର ମିଶ୍ର ଗତ ତା. ୩୧.୬.୨୦୨୨ଦିନ ନିଜେ ବ୍ୟକ୍ତିଗତ ଭାବେ ୫ଟି କାର୍ଯ୍ୟ କରିବା ନେଇ କାଉନସିଲ ମିଟିଙ୍ଗରେ ନଗରପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯାହା ବନ୍ଧପଡାର ନେହେରୁଲାଲ ଦଣ୍ଡସେନାଙ୍କ ଘରଠାରୁ କାର୍ତ୍ତିକ ଦଣ୍ଡସେନାଙ୍କ ଘର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ, ଉମେଶ ବଗର୍ତିଙ୍କ ଘରଠାରୁ ମୁକେଶ ବଗର୍ତିଙ୍କ ଘର ପର୍ଯ୍ୟନ୍ତ ଡ୍ରେନର ଉନ୍ନତି କରଣ, ପୁଡାଦରସ୍ଥିତ କୁକୁଡାହାଡ ରୋଡ ପୁଲିଆ ନିକଟସ୍ଥ ଡ୍ରେନର ଉନ୍ନତିକରଣ, କଳିଙ୍ଗ ନଗର ସ୍କୁଲ ନିକଟସ୍ଥ ନୂତନ ଭେଡିଙ୍ଗ ଯୋନ ଦେଇ ଯାଇଥିବା ଡ୍ରେନର ଉନ୍ନତିକରଣ, ସାଲେପଡାର ଦିପକ ବଛାଙ୍କ ଘରଠାରୁ ଗୋକୁଲ ବଛାଙ୍କ ଘର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ଆଦି କାର୍ଯ୍ୟ କରିବା ନେଇ ପ୍ରସ୍ତାବ ଦିଆଯାଇଛି କିନ୍ତୁ କୌଣସି କାର୍ଯ୍ୟ କରାଯାଇ ନ ଥିବାରୁ ଚଳିତ ବର୍ଷା ଆରମ୍ଭରେ ପଡାବାସୀ ନାଳ ନର୍ଦ୍ଦମାର ପାଣି ଘର ଭିତରକୁ ପଶି ଯାଉଥିବା ବେଳେ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାର ଜଣାଇଛନ୍ତି । ଏପରିକି କାଉନସିଲ ଦ୍ୱାରା କୌଣସି କାର୍ଯ୍ୟ କରାଯାଉ ନ ଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଡ୍ରେନ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କାହିଁକି ବନ୍ଧ ରଖାଯାଇଛି ଏବଂ ବର୍ଷା ପୂର୍ବରୁ କାହିଁକି ସଂପୂର୍ଣ୍ଣ କରାଯାଇ ନାହିଁ ଏ ବାବଦରେ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରିବାରୁ ଫୋନ ସ୍ୱିଚ୍‌ ଅଫ ଥିବାରୁ କୌଣସି ମତାମତ ମିଳିପାରି ନଥିବା ଜଣାପଡିଛି ।

Leave A Reply

Your email address will not be published.