ଦୀର୍ଘ ଦିନ ହେବ ଏଟିଏମ୍‌ ବନ୍ଦ ଯୋଗୁ ଚାଷୀମାନେ ଅସୁବିଧା ଭୋଗୁଥିବା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ସଦାବେଳେ ତପ୍ତର ହୋଇ ରହିଥିବା ବେଳେ ଡେଲାଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚାଷୀମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ପୁରୀ ନିମାପଡା ସମ୍ମଳିତ କେନ୍ଦ୍ର ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖାରେ ଏକ ଏଟିଏମ୍‌ଟି ଖୋଲାଯାଇଥିଲା । ତାହା ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି ।ଏଟିଏମ୍‌ ବନ୍ଦ ପାଇଁ ଚାଷୀମାନେ ଅସୁବିଧାରେ ପଡିବା ସହ ଦୁଃଖ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ କୌଣସି ନିଘା ନାହିଁ । ଚାଷୀମାନେ ଧାନମଣ୍ଡିର ଟଙ୍କା ଉଠାଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଥାଉକି ଏଟିଏମ୍‌ ଟି ତା୧୧/୧୨/୨୦୧୫ ମସିହାରେ ଦିବଙ୍ଗତ ନେତା ତଥା ପୁର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥିଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇଥିଲା । ତାହା ଏବେ ଦୀର୍ଘଦିନ ହେବ ବନ୍ଦ ହୋଇ ରହିଛି । ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିଲେ ବନ୍ଦ ରହିବାର କାରଣ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । ତେବେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଟିଏମ୍‌ଟି ଖୋଲିବାକୁ ଦାବୀ ଜୋର ଧରିଛି । ବିଧାୟକ ରୁଦ୍ରପ୍ରତାପ ମହାରଥି ଓ ଜିଲ୍ଲାପାଳ ପୁରୀ ଘଟଣାର ତଦନ୍ତ କରି ବନ୍ଦ ଏଟିଏମ୍‌କୁ ଖୋଲିବା ସହ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.