jayashree

ପୁଣି ତେଜିଲା ସରପଞ୍ଚ ପଦବୀ ନିଲାମ ଘଟଣା : ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌କୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ କଲେ ସରପଞ୍ଚ ପ୍ରାର୍ଥିନୀ ବିଳାସିନି ଶର୍ମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଲେଇସର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ନିଲାମ ଘଟଣା ପୁଣି ତେଜିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌କୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ ବିଳାସିନି ଶର୍ମା । ଅଭିଯୋଗ ପତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଏହାର ନକଲ ବଲାଙ୍ଗିର ଜିଲ୍ଲାପାଳ ଏବଂ ପୁଇଁନ୍ତଲା ବିଡ଼ିଓଙ୍କୁ ଦିଆଯାଇଥିବା ଜଣାପଡ଼ିଛି । ସରପଞ୍ଚ ପ୍ରାର୍ଥିନୀ ବିଳାସିନି ଶର୍ମା ପତ୍ରରେ ଜଣାଇଛନ୍ତି ଯେ, ବିଲେଇସର୍ଡା ଜଗନ୍ନାଥ ମନ୍ଦିର କମିଟି ଦ୍ୱାରା ଗତ ଜାନୁଆରୀ ୧୫ ତାରିଖ ଦିନ ୪୪ ଲକ୍ଷ ୧୦ ହଜାର ଟଙ୍କା ବଦଳରେ ବେଆଇନ ଓ ଅଗଣତାନ୍ତ୍ରିକ ଭାବେ ସୁଶାନ୍ତ ଛତ୍ରିଆଙ୍କୁ ସରପଞ୍ଚ ଭାବେ ମନୋନୀତ କରିଥିଲା । ବଲାଙ୍ଗିର ଜିଲ୍ଲାପାଳ ଏସ୍‌ଆଇଟି ଯାଂଚର ଆଦେଶ ଦେବା ପରେ ମନ୍ଦିର କମିଟି ଅତି ଚତୁରତାର ସହିତ ୪୪ ଲକ୍ଷ ଟଙ୍କାକୁ ୪୪ ହଜାର ଟଙ୍କା ବୋଲି ସୂଚନା ଦେଇଥିଲେ । ଶ୍ରୀମତୀ ଶର୍ମା ଦର୍ଶାଇଛନ୍ତି ଯେ, କୌଣସି ବ୍ୟକ୍ତି ଯଦି ଏସ୍‌ଆଇଟି ଟିମ୍‌କୁ ଏ ସଂପର୍କରେ ସତ କହିବ, ତେବେ ତାକୁ ଗାଁରେ ଏକାକୀ କରି ଦିଆଯିବା ପାଇଁ ଧମକ ଦିଆଯାଇଥିଲା । ଏଥିଯୋଗୁଁ ସାକ୍ଷ୍ୟ ଅଭାବରୁ ଏସ୍‌ଆଇଟି ଟିମ୍‌ ତଥା ମିଡ଼ିଆ କର୍ମୀମାନେ ଏହା ୪୪ ଲକ୍ଷ ନୁହେଁ, ୪୪ ହଜାର ଟଙ୍କା ବୋଲି ରିପୋର୍ଟ ଦେଇଥିଲେ । ସେ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଏବେ ମନ୍ଦିର କମିଟିର ସଦସ୍ୟମାନେ ଗୁପ୍ତ ଆକାରରେ ମିଟିଂ କରି ସୁଶାନ୍ତ ଛତ୍ରିଆଙ୍କୁ ଜିତାଇବାର ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଘଟଣାର ପୁନଶ୍ଚ ତଦନ୍ତ ପାଇଁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.