ବଙ୍ଗୋମୁଣ୍ଡାରେ ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନର ସଂକଳ୍ପ ଓ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସହର ଠାରେ ଗିରିରାଜ ସିଂ ମାଝୀ ଓ ନିରୂପମା ମାଝୀଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନର ସଂକଳ୍ପ ଓ ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିଭେଲା ଯୋଗଦାନ କରି ରାଜ୍ୟ ସରକାରର ଅପାରଗତା ବିଷୟରେ ଜନସଚେତନ କରିବା ସହ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ଜନକଲ୍ୟାଣ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ମୁରିବାହାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ହଂସରାଜ ଜୈନ ଓ ସମ୍ମାନିତ ଅତିଥି ରୂପେ ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଉଦ୍ଧବ ବେହେରା, ତୁରେକେଲା ବ୍ଲକ ବିଜେଡି ପୂର୍ବତନ ସଭାପତି ଆଶାଦୁଲା ଖାନ, କଣ୍ଟାବାଞ୍ଜି ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ କିଶୋର ମଜଖଣ୍ଡ , ବଙ୍ଗୋମୁଣ୍ଡା ପୂର୍ବତନ ଛାତ୍ର ସଭାପତି ପ୍ରେମିଶ ଚନ୍ଦ୍ର ବାଗ, କଣ୍ଟାବାଞ୍ଜି ଏନ୍‌ଏସି ବିଜେଡି ସଭାପତି ଦେବାର ବାରିକ, କଣ୍ଟାବାଞ୍ଜି ଏନ୍‌ଏସି ଯୁବ ସଭାପତି ବିଷ୍ଣୁ ଜୁଏଡ଼, ବରିଷ୍ଠ ବିଜେଡି ନେତା ଲାଳଚନ୍ଦନ ପଟେଲ, ଦ୍ରୁପଦ ନାଏକ, ନାରୀ ନେତ୍ରୀ ଗୀତା ପୁଟେଲ, ବଲାଙ୍ଗିର ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ପିଙ୍କି ଖର୍ସେଲ, ବିଟୁ ସାଙ୍ଘା , ଭବାନୀ ନାଗ, ଅମିତ ସାହୁ, ଲବଣୀ ନାଗ, ତ୍ରିବିକ୍ରମ ବେହେରା, ଗୋପାଳ ମେହେର, କାହ୍ନା ଯାଦବ, ଗୌର ମହାନନ୍ଦ, ବିଜେଡି ଅତିଥି ରୂପେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର ମେହେର ଯୋଗଦାନ କରିଥିଲେ । ଏଥିରେ ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.