ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପକ୍ଷ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସ୍ଵଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ନିଜେ ସ୍ୱଚ୍ଛ ରହିବା ସହ ପରିବେଶକୁ ସ୍ଵଚ୍ଛ ରଖିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ, ପ୍ରଦୀପ କୁମାର ଦେୱାନ ନିଜ ନିଜ ବକ୍ତବ୍ୟରେ ସ୍ୱଚ୍ଛ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଦେବରାଜ ସାହୁ, ଅଙ୍କିତ କୁମାର ଦାସ, ଅଭିନାଶ ମହାପାତ୍ର, ଅଧ୍ୟାପିକା ମୀନା କୁମାରୀ ସାହୁ, ପୁଷ୍ପ ମଞ୍ଜରୀ ପ୍ରଧାନ, ଝରଣା ପ୍ରଧାନ, ଅଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଏନ୍.ଏସ୍. ଏସ୍. ଓ ଯୁବ ରେଡକ୍ରସ ଯୁନିଟର ଛାତ୍ରଛାତ୍ରୀ ସମେତ ମହାବିଦ୍ୟାଳୟର କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ବାରିକଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟରେ ସ୍ୱଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.