ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ଅଭିଯାନ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ମାୟାବର୍ହା ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପୌରବି କର୍ମୀ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁରୁ ଦୂରେଇ ରହି ନିଜ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଦ୍ଦେଶ୍ୟରେ ସାମୁହିକ ଶପଥ ପାଠ କରାଇଥିଲେ । ପରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି ଓ ଆଶାକର୍ମୀ ବୃନ୍ଦ ମିଳିତ ଭାବରେ ବିଭିନ୍ନ ପ୍ଲା କାର୍ଡ ପ୍ରଦର୍ଶନ ପୂର୍ବକ ମାୟାବର୍ହା ଗ୍ରାମରେ ଏକ ଶାନ୍ତି ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ବିଭିନ୍ନ କିସମର ତମାଖୁ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟହାନୀ କରୁଥିବା ପାନୀୟକୁ କିପରି ବର୍ଜନ କରିବେ ସେ ବିଷୟରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ରାଜୁ ମେହେର ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ପୂର୍ଣ୍ଣିମା ବଢେଇ, ଆଶାକର୍ମୀ ସୁବର୍ଣ୍ଣ ନାଏକ, ଅଙ୍ଗନୱାଡ଼ି କର୍ମୀ ବଲ୍ଳବି ବନଛୋର, ଶିକ୍ଷକ ମନୋଜ ପୂଜାରୀ, ନନ୍ଦିଘୋଷ ବାରିକ, କିରଣ ପୁଟେଲ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମାୟାବର୍ହା ହାଇସ୍କୁଲକୁ ମାନପତ୍ର ଓ ଟ୍ରଫି ଦେଇ ନିଶା ମୁକ୍ତ ବିଦ୍ୟାଳୟ ଭାବରେ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମରେ ମିନକେତନ ଦାସ, ସୁରଜ ଖମାରୀ, ସମୀର କଠାର ପ୍ରମୁଖ ସହଯୋଗ କରିଥିଲେ ।
Prev Post
Next Post