ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ- ୨୦୨୫ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଏହା ଅକ୍ଟୋବର ୧୯ରେ ଆରମ୍ଭ ହୋଇ ଥିବାବେଳେ ଏହା ୧୭ ନଭେମ୍ବର ୨୦୨୫ରେ ଉଦଯାପିତ ହୋଇଯାଇଛି । ଏହା ଗଞ୍ଜାମ ଜିଲ୍ଲାରେ ସଫଳତାର ସହ ସମାହିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଗଣମାଧ୍ୟମ, ପୋଲିସବାହିନୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ପୋଲିସ ଆରକ୍ଷୀ ଅଧିକାରୀ ଛତ୍ରପୁର ଏବଂ ସ୍ଥାନୀୟ ନାଗରିକଙ୍କ ଉପସ୍ଥିତିରେ ସମ୍ପାଦିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର୍ ପାତ୍ର ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ, ସମଗ୍ର ଓଡ଼ିଶାରେ ସାଇବର ଅପରାଧର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ରୋକାଯିବା ନିମନ୍ତେ ବିଭିନ୍ନ ମହଲରେ ଆଲୋକପାତ କରାଯାଇଛି । ଅତିଥିମାନେ ସାଇବର ଅପରାଧୀମାନଙ୍କ ଦ୍ୱାରା ବ୍ୟବହୃତ ସାଧାରଣ ଠକେଇର କୌଶଳ ସମ୍ପର୍କରେ ବୁଝାଇଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ’ ଡିଜିଟାଲ ଠକେଇକୁ ଅଟକାଇବା ଏବଂ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ “ସଚେତନତାର ମୂଳମନ୍ତ୍ର ହେଉଛି ଚାବିକାଠି” ବୋଲି ମତପ୍ରକାଶ କରାଯାଇଛି । ପରବର୍ତ୍ତୀ ସପ୍ତାହଗୁଡ଼ିକରେ, ଏହି ଅଭିଯାନ ସମସ୍ତ ୨୬ଟି ପୋଲିସ ଷ୍ଟେସନ କ୍ଷେତ୍ରାଞ୍ଚଳରେ ପରିବ୍ୟାପ୍ତ କରାଯାଇଛି । ଯାହା ସ୍କୁଲ, କଲେଜ, ବରିଷ୍ଠ ନାଗରିକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପ ଏବଂ ସ୍ଥାନୀୟ ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚିଥିଲା । ୩୦ହଜାରରୁ ଅଧିକ ଜନସାଧାରଣଙ୍କ ଠାରେ ଏବଂ ୮୨ଟି ଶିକ୍ଷାନୁଷ୍ଠାନ ଏବଂ ୫୬ଟି ବଜାର ସଂଘକୁ ସାଇବର ଠକେଇ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସ୍ଵରୂପ ଅବଗତ କରାଯାଇଥିଲା । ସଚେତନତାରେ ଓଟିପି ଠକେଇ, ସନ୍ଦିଗ୍ଧ ଲିଙ୍କ୍, ଏପିକେ ଆପ, ପାସୱାର୍ଡ ସୁରକ୍ଷା, ଡିଜିଟାଲ୍ ଗିରଫ ଠକେଇ, ୧୯୩୦ ହେଲ୍ପଲାଇନ୍ ଏବଂ cybercrime.gov.in ଉପରେ ଆଲୋଚନା କରାଯାଇଥିଲା । ଏହି ସଚେତନ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲୋକନୃତ୍ୟ, ଦାସକାଠିଆ, ଛୋଟ ନାଟକ, କୁଇଜ୍, ବଡ଼ ସ୍କ୍ରିନ୍ ଭିଡିଓ ଏବଂ ଏଲଇଡି ଅଭିଯାନ ଯାନ ସବୁ ବ୍ୟବହାର କରାଯାଇଥିବା ଉପରେ ଆଲୋକପାତ କରାଯାଇଛି । ସାଇବର ସେପଟି କ୍ୟାମ୍ପେନ୍ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସ୍ଵାଗତ ଭାଷଣ ସହିତ ଗଞ୍ଜାମ ପୋଲିସ ତରଫରୁ ଆଡିସନାଲ୍ ଏସ୍ପି ସୀମା ସ୍ୱାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥଲେ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର (ଆଇଏଏସ୍) ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁରର ଉପ-ବିଭାଗୀୟ ଅଧିକାରୀ ଚନ୍ଦନ ଘଡ଼ାଇ ଓ ଛତ୍ରପୁର ପୌରାଞ୍ଚଳ ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନଙ୍କ ଉପସ୍ଥିତରେ । ଲୋକପ୍ରିୟ ଓଡ଼ିଆ ସିନେମା କଳାକାର ପୁନମ୍ ମିଶ୍ର ମଧ୍ୟ ଛତ୍ରପୁର ଏବଂ ଆସ୍କାରେ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହା ଜନତାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିଥିଲା । ବ୍ୟାପକ ପ୍ରଚାର ଏବଂ ପୋଲିସ କର୍ମଚାରୀ ମାନଙ୍କ ସକ୍ରିୟ ସମ୍ପୃକ୍ତି ସହିତ, ଗଞ୍ଜାମ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଏକ ସଫଳ କାର୍ଯ୍ୟକ୍ରମ ଥିଲା, ଯାହା ନାଗରିକମାନଙ୍କ ମଧ୍ୟରେ ସାଇବର ସଚେତନତାକୁ ସୁଦୃଢ଼ କରିଛି ବୋଲି ଜନସାଧାରଣ କହିଛନ୍ତି । ଏହି ଅବସରରେ ଓଡ଼ିଆ ଫିଲ୍ମ ମନ୍ତ୍ରମୁଗ୍ଧର କଳାକାର ଅଭିନେତ୍ରୀ ସୂର୍ଯ୍ୟମୟୀ, ଅଭିନେତା ସାର୍ଥକ, ମନୋଜ, ମନ୍ମୟ ପ୍ରମୁଖ ଯୋଗଦେଇ ସାଇବର କ୍ରାଇମ୍ ବିଷୟରେ ସଚେତନତା ସହ ମନ୍ତ୍ରମୁଗ୍ଧ ଚଳଚ୍ଚିତ୍ର ଯାହା ଜାନୁୟାରୀ ମାସରେ ମୁକ୍ତିଲାଭ କରିବ ଦେଖିବା ପାଇଁ ଉପସ୍ଥିତ ଦର୍ଶକମାନଙ୍କୁ ଅନୁରୋଧ କରିଥିଲେ ।
Next Post