oom

ସୋଢାରେ ମୋ ସ୍କୁଲ ଅଭିଯାନ ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ସ୍ଥିତ ଟେମରୀ ଗ୍ରାପ ପଞ୍ଚାୟତ ସୋଢ଼ା ଗ୍ରାମରେ ମୋ ସ୍କୁଲ ଅଭିଯାନର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ନାରାୟଣ ମେହେର ଅନୁଷ୍ଠିତ ସଭାରେ ସୋଢ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହିତ ବିଦ୍ୟାଳୟର ଉନ୍ନତି ସକାଶେ ସମସ୍ତ କାର୍ୟ୍ୟ ସମ୍ପାଦିତ କରାଯିବ ବୋଲି କହିଛ‌ନ୍ତି । ଶ୍ରୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବ ପ୍ରସାଦ ଯୋଷୀ ଏବଂ ଲଖମରାର ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ପ୍ରେମାନ‌ନ୍ଦ ବାରିକ, ବାଦିକଟା ମୋ ସ୍କୁଲ ଅଭିଯାନର ମୁଖ୍ୟ ଚକାମନ ସୁନା, ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ବୃନ୍ଦ ସମେତ ସୋଢ଼ା ଗ୍ରାମର ଅଭିଭାବକ ତଥା ଗାଁର ଭଦ୍ରବ୍ୟକ୍ତି ପ୍ରମୁଖ ଯୋଗଦେଇ । ଗାଁ ସ୍କୁଲର ଉନ୍ନତିକରଣ ପାଇଁ ସ୍ୱେଚ୍ଛାକୃତ ଭାବେ ସମୁଦାୟ ୫୮୫୧ ଟଙ୍କା ରାଶି ସଂଗ୍ରହ କରି ସ୍କୁଲକୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.