ହର ଘର ତ୍ରିରଙ୍ଗା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ସହରର ନରସିଂ ମନ୍ଦିରରେ ଆଜି ତିରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ଆଜି ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ସାମାଜିକ କର୍ମୀମାନଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଭାରତ ମାତାର ବନ୍ଦନା କରାଯାଇଥିବା ବେଳେ ଏହି ଅବସରରେ ପ୍ରଶନ୍ନ ମିଶ୍ର, ସୁରେନ୍ଦ୍ର ନେଗୀ, ଗୋବର୍ଦ୍ଧନା ପାଣ୍ଡିଆ, ସୁରେନ୍ଦ୍ର ମିଶ୍ର, ମଳୟ ଦିଶ୍ରୀ, ଶିବ ପ୍ରସାଦ ବହିଦାର ସମେତ ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ ବ୍ୟବସାୟୀଙ୍କୁ ମଧ୍ୟ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.