ଗାୟତ୍ରୀ ପରିବାର ଦ୍ୱାରା ନାରୀ ଜାଗୃତି ଅଭିଯାନ ସମ୍ମେଳନ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ଏକ ଦିବସୀୟ ନାରୀ ଜାଗୃତି ଅଭିଯାନ ସମ୍ମେଳନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଗାୟତ୍ରୀ ତୀର୍ଥ, ଶାନ୍ତିକୁଞ୍ଜ, ହରିଦ୍ୱାର ଦ୍ୱାରା ଚଳିତ ବର୍ଷ ୨୦୨୨କୁ ନାରୀ ସଶକ୍ତିକରଣ ବର୍ଷ ରୂପେ ଘୋଷଣା କରାଯାଇଛି । ଏହି କ୍ରମରେ ବଲାଙ୍ଗିର ଗାୟତ୍ରୀ ପରିବାର ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରାତଃ କାଳରୁ ଅଖଣ୍ଡଜପ, ଗାୟତ୍ରୀ ଯଜ୍ଞ କରାଯିବା ସହ ବୌଦ୍ଧିକ ଉଦ୍‌ବୋଧନ କ୍ରମରେ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ସମଗ୍ର ଜୀବନ କଲ୍ୟାଣ ଉଦ୍ଦେଶ୍ୟରେ ସର୍ମପିତ । ସାମାଜିକ ଉତ୍‌ଥାନ, କୁରୀତି ମୂଳୋତ୍ପାଟନ, ନାରୀ ଜାଗରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମତ ପ୍ରକାଶ ପାଇଥିଲା । ପରମ ବନ୍ଦନୀୟା ମାତାଜୀଙ୍କ ପ୍ରବଚନ ‘ସଂକଳ୍ପ ଶକ୍ତି’ର ଭିଡିଓ ସନ୍ଦେଶକୁ ସମସ୍ତ ପରିଜନ ଦେଖିବା ସହ ନିଜ ଜୀବନକୁ ସରସ ସୁନ୍ଦର କରିବା ସହ ଘର ପରିବାର ଓ ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଜୁରାଟି ସମାଜରୁ ବହୁ ସଂଖ୍ୟାରେ ମା’ ଓ ଭଉଣୀ ମାନେ ଯୋଗଦେଇଥିଲେ । ଆଗାମୀ ସମୟରେ ନାରୀ ଜାଗରଣ ଆନ୍ଦୋଳନର ବିଭିନ୍ନ କାର୍ଯ୍ୟ ପ୍ରାରମ୍ଭ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

Leave A Reply

Your email address will not be published.