ଲୋୟର ସୁକତେଲ ଡେମ ତଲେ ମନ୍ଦିର ପାଇଁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରାବଣମାସ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀରେ ବନଦୁର୍ଗା ମହୋତ୍ସବ କମିଟି ତରଫରୁ ଲୋୟର ସୁକତେଲ ଡେମ୍‌ ତଳେ ବାବା ବର୍ଫାନୀଙ୍କ ନାମରେ ମହାଦେବ ମନ୍ଦିର ନିର୍ମାଣ ନିମନ୍ତେ ୧୦୮ ପୃଷ୍ଠା ବିଶିଷ୍ଟ ଦସ୍ତଖତ ଅଭିଯାନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଏହି ପ୍ରକଳ୍ପ ନିର୍ମାଣ ରେ ୨୯ ଖଣ୍ଡ ଗାଁ ସମ୍ପୁଣ୍ଣ ଅବା ଆଂଶିକ ପ୍ରଭାବିତରେ ଦେବା ଦେବୀ ମନ୍ଦିର ସମ୍ପୁର୍ଣ୍ଣ ଜଳବନ୍ଦିରେ ରହିଛନ୍ତି । କିଛି ଦେବାଦେବୀ ବିସ୍ଥାପିତ ହେଲେ । ଏହି ଅବସରରେ ଲୋୟର ସୁକତେଲକୁ ଆସୁଥିବା ବିସ୍ତାପିତ ଏବଂ ସହରର ବିଭିନ୍ନ ଜାଗାରୁ ଆସୁଥିବା ଲୋକଙ୍କ ପାଇଁ ବିସ୍ତାପିତମାନେ ମନ୍ଦିର ସ୍ଥାପନ ପାଇଁ ସଂକଳ୍ପ ନେଇଛନ୍ତି । ଏ ନେଇ ବାରପୁଡୁଗିଆରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାସାରା ଅଭିଯାନ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହା ସହାୟକ ହେବ । ଏହା ଦ୍ୱାରା ଲୋୟର ସୁକତେଲ ଡ୍ୟାମ ଅଂଚଳ ଏକ ପର୍ଯ୍ୟଟନ କ୍ଷେତ୍ର ଅବା ଏକ ତିର୍ଥ କ୍ଷେତ୍ର ହେବ । ଏହି ଅଂଚଳକୁ ଅଧିକ ତିର୍ଥଯାତ୍ରୀ ଆସିଲେ ବିସ୍ତାପିତ ଲୋକ ଅବା ତଳି ଅଂଚଳ ଲୋକଙ୍କ ପାଇଁ ଏକ ରୋଜଗାରର ପନ୍ଥା ପାଲଟିବ । ଏହି କାର୍ଯ୍ୟକ୍ରମରେ ଜୟକୃଷ୍ଣ ମିଶ୍ର, ସଂଜୟ ଗଡତ୍ୟା, କୈଳାସ ଚନ୍ଦ୍ର ସିଂଦେଓ, ନରେନ୍ଦ୍ର ବିଶି, ବିକାଶ ରଂଜନ ରଥ, ଦେବାଶିଷ ଦାଶ, ସଂଜୟ ନାୟକ, ସଦାନନ୍ଦ ମହଲା, ବିଜୟ ମହଲା ପ୍ରମୁଖ ନେତୃତ୍ୱ ନେଇଛନ୍ତି । ବାବା ବର୍ଫାନି କାବଡିଆ ସେବା ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ନରେନ୍ଦ୍ର ସାହୁ, ସୈାମେନ୍ଦ୍ର ପରିଚ୍ଛା, ମନୋଜ ମହାନ୍ତି, ଆକାଶ ମିଶ୍ର, କମଲ ଅଗ୍ରୱାଲ, ଗୋପାଳଜୀ ପାଣିଗ୍ରାହୀ, ଘାସିରାମ ବେହେରା, ଲୋକନାଥ କୁମୁରା ପ୍ରମୁଖ ଏହା ହେବା ଦ୍ୱାରା ଏ ଅଂଚଳ ସାରା ଓଡିଶାରେ ଏକ ପ୍ରମୁଖ ତିର୍ଥ କ୍ଷେତ୍ର ହେବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ ।

jittmm
Leave A Reply

Your email address will not be published.