oom

ଅଭିଭାବକ ସଂଘ ଗଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅଭିଭାବକ ମହାସଂଘ ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ର ପାଣିଙ୍କ ନେତୃତ୍ୱରେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲର ଏକ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିଭାବକ କମିଟି ଗଠନ କରାଯିବା ସହିତ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିରେ କୌଣସି ଅଭିଭାବକକୁ ସ୍ଥାନ ଦିଆନଯାଇ ଅଣ ଅଭିଭାବକଙ୍କୁ ନେଇ ଦୀର୍ଘ ବର୍ଷ ଧରି ପରିଚାଳନା କମିଟି ଗଠନ କରାଯାଇଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ମନଇଚ୍ଛା ବିଭିନ୍ନ ପ୍ରକାରର ବେଆଇନ ଫି ଆଦାୟକୁ ଅଭିଭାବକ ସଂଘ ନାପସନ୍ଦ କରିବା ସହିତ ଆଗାମୀ ଦିନରେ ଆବଶ୍ୟକ ହେଲେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ୨୦୦୯ ଶିକ୍ଷାନୀତି ଅନୁଯାୟୀ ପ୍ରଥମରୁ ପଂଚମ ଶ୍ରେଣୀ ପର୍ୟ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ପ୍ରତ୍ୟେକ ୩୦ଜଣ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ଓ ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପ୍ରତି ୩୫ଜଣ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ଶିକ୍ଷାଦାନ କରିବାର ନିୟମ ଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇ ଅଧିକ ଛାତ୍ରଛାତ୍ରୀ ରହୁଥିବାରୁ ଉନ୍ନତମାନର ଶିକ୍ଷା ପାଇ ପାରୁନଥିବା ଅଭିଯୋଗ ହେଉଛି । ସମସ୍ତ ଛାତ୍ରଛାତ୍ରୀ ବସ ପାଉଣା ଦେଉଥିବା ସତ୍ୱେ ଆବଶ୍ୟକତା ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବେନିୟମ ଭାବରେ ନେବା ଆଣିବା କରାଯାଉଥିବା ବିଷୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ବହି ଯୋଗାଣକାରୀ ସଂସ୍ଥାମାନେ ବିନା ଜିଏସ୍‌ଟି ବିଲରେ ବହି ଦେଉଥିବାରୁ ଲକ୍ଷ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହେଉଥିବା ମଧ୍ୟ ସନ୍ଦେହ କରିଥିଲେ । ୨୦୦୯ ଶିକ୍ଷାନୀତି ଅନୁଯାୟୀ ଶିକ୍ଷାର୍ଥୀମାନେ ଅନ୍ୟୁନ ୬ଘଣ୍ଟା ସ୍କୁଲରେ ପଢିବାର ନିୟମ ଥିଲେ ମଧ୍ୟ ଏହାକୁ ଖୁଲମଖୁଲ୍ଲା ଉଲ୍ଲଙ୍ଘନ କରାଯାଉଥିବା ସଂଘ ଅଭିଯୋଗ କରିଥିଲା । ସରକାରଙ୍କ ଫି ଛାଡ ନିଷ୍ପତ୍ତିକୁ ମଧ୍ୟ ଠିକ୍‌ ଭାବରେ କାର୍ୟ୍ୟକାରି ନ କରି ଅଭିଭାବକଙ୍କୁ ଭୁଆଁବୁଲାଉଥିବା କଥା ଅଭିଯୋଗ ହୋଇଥିଲା । ଉପରୋକ୍ତ ସମସ୍ତ ବିଷୟରେ ଜିଏସ୍‌ଟି ଅଧିକାରୀ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଆକାରରେ ଜଣାଇ ନୀତିଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ଏଥିରେ ପ୍ରଦ୍ୟୁମ୍ନ ମିଶ୍ର, ଅନିଲ ମୋଦି, ସୁଶାନ୍ତ ପାତ୍ର, କମଲେନ୍ଦୁ ବିକାଶ ମେହେର, ଦେବରାଜ ଗୋୟଲ, ରିତୁରାଜ ସିଂହ, କିଶାନ କୁମାର ଅଗ୍ରୱାଲ, ସମିର ଚୈାଧୁରୀ, ଭାନୁପ୍ରତାପ ସାହୁ, ହୃଷିକେଶ ମାଝି, ଅନିଶ ସାହୁ, ରାମ ଗୋପାଳ ଅଗ୍ରୱାଲ, ଅଶୋକ କୁମାର ମେହେର, ସନ୍ତୋଷ କୁମାର ଗଉଡ, ହିମାଂଶୁ ପଟ୍ଟନାୟକ ପ୍ରମୁଖ କମିଟିର ସ୍ଥାୟୀ ସଦସ୍ୟ ମନୋନିତ ହୋଇଥିଲେ ।

jittmm
Leave A Reply

Your email address will not be published.