ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର- ୨୦୨୩ ନିମନ୍ତେ ଅନ୍‌ଲାଇନ ଆବେଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ବ୍ୟକ୍ତିି ବିଶେଷ କିମ୍ବା ଅନୁଷ୍ଠାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର, ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ନାମରେ ଏକ ବାର୍ଷିକ ଜାତୀୟ ପୁରସ୍କାର ପ୍ରଚଳନ କରିଛନ୍ତି । ଏହି ପୁରସ୍କାର ସକାଶେ ଯୋଗ୍ୟ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଅନ୍‌ଲାଇନ ମାଧ୍ୟମରେ https://awards.gov.in ପୋର୍ଟାଲ ଜରିଆରେ ଆବେଦନ ଦରଖାସ୍ତ ଦାଖଲ କରିପାରିବେ । ଆବେଦନ ଦରଖାସ୍ତ ଦାଖଲ କରିବାର ଅନ୍ତିମ ତାରିଖ ୩୧/୦୮/୨୦୨୨ ପର୍ଯ୍ୟନ୍ତ ରହିଛି । ଯୋଗ୍ୟ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଏହି ପୋର୍ଟାଲକୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩ ନିମନ୍ତେ ୩୧/୦୮/୨୦୨୨ ସୁଦ୍ଧା ଆବେଦନ କରିପାରିବେ ।

Leave A Reply

Your email address will not be published.