ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବୈକୁଣ୍ଠନାଥ ଶବର ଗୋଷ୍ଠୀଶିକ୍ଷା ଅଧିକାରୀ ଓଡିଶା ପ୍ରସାଶନିକ ସେବା ସ୍ତର (୧)ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପରିବାର ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହଇଥିଲା । ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ବଙ୍ଗୋମୁଣ୍ଡା ବ୍ଲକର ଏବିଇଓ ଅରୁଣ କୁମାର ଯୋଶୀ, ଏବିଇଓ ଶମନ୍ନାଥ ମଙ୍ଗରାଜ, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଜୟନ୍ତିଲାଲ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିଇଓ ବୈକୁଣ୍ଠ ନାଥ ଶବରଙ୍କ ଜୀବନ ଶୈଳୀ ଶୃଙ୍ଖଳିତ ଆଚାରଣ, ପରପୋକାରୀ, ସମୟାନୁବର୍ତ୍ତିତା, ସହଭାଗିତା, ଆଇନ ଶୁଙ୍ଖଳା ଆଚାରଣକୁ ଅତିଥିମାନେ ପ୍ରସଂଶା କରିଥିଲେ । ସଂଘର ସଭାପତି କୋଷରାଜ ବେହେରା ଅଭିଭାଷଣରେ କହିଥିଲେ ଯେ, ବିଇଓ ବୈକୁଣ୍ଠନାଥ ଶବରଙ୍କ ଚାକିରୀ ଜୀବନ କାଳ ମଧ୍ୟରେ ଟଙ୍କାଟିଏ ମଧ୍ୟ ଲାଞ୍ଚ ନ ନେଇ ଅବସର ନେଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଲାଞ୍ଚ ନ ନେଇଥିବା ଅଫିସର ମଧ୍ୟରେ ଶ୍ରୀ ଶବରଙ୍କ ସ୍ଥାନ ପ୍ରଥମ ହୋଇପାରେ । ଏହି ସଭାରେ ମଞ୍ଚ ପରିଚାଳନା ଶିକ୍ଷକ ଲଳିତ ସାହୁ, ଅମିୟ କୁମାର ନାଗ, ବିନଦିନୀ ନାୟକ କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ସର୍ଜୁ ବାଗ, କ୍ଷୀରସିନ୍ଧୁ ଭୋଇ, ଠଣସୁନ୍ଦର ତାଣ୍ଡି, ଅକ୍ଷ କୁମାର ସାହୁ, ହରିନାମ ଶତନାମି, ନରେନ୍ଦ୍ର ସାହୁ, ଶ୍ରୀବତ୍ସ ଦାସ, ନରହରି ସାହୁ, ରାଘବ ବାଗ, ଅମୂଲ୍ୟ ସାହୁ, ଶମନାଥ କୁମ୍ଭାର, କଞ୍ଚନ ବି. ଏଲ. କୁମ୍ଭାର, ଟଙ୍କଧର ବିଶ୍ୱାଳ, ନଳ ଭୋଇ, ଆଲୋକ ସାହୁ, ଗୟାଶଙ୍କର ଝାଙ୍କର, ଭୀମ ବିନ୍ଧାଣୀ, ସି.ଆର୍‌.ସି.ସି. ନରେଶ ମାଝୀ, ଫାଲ୍ଗୁନୀ ଛୁରା, ଶିକ୍ଷୟିତ୍ରୀ ବବିତା ସାହୁ, ହରପ୍ରିୟା ମହାନନ୍ଦ, ମାନସି ଶତନାମୀ, ସୀମା ପାତ୍ର ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ୨୦୨୫ର ଅବସର ନେଇଥିବା ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ ଶିକ୍ଷୟିତ୍ରୀ ବିନଦିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷ ପରେ ବି.ଇ.ଓ. ଅଫିସ ଠାରୁ ବି.ଇ.ଓ. ବୈକୁଣ୍ଠ ନାଥ ଶବର, ସଭାପତି କୋଷରଜ ବେହେରା ଓ ସମ୍ପାଦକ ଜୟନ୍ତୀଲାଲ ସାହୁଙ୍କ ସହିତ ମଟର ସାଇକେଲ ରାଲିରେ ପ୍ରାୟ ୧୫୦ଟି ମଟର ସାଇକେଲ ଯୋଗେ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା, ପରାସରା, ଇଚଗାଁ, ଦିଗସରା ଦେଇ ଶବର ଆଜ୍ଞାଙ୍କ ନିଜ ଗାଁ କୁଶକେଲା ପହଞ୍ଚିବା ସମୟରେ ତାଙ୍କ ଗାଁର ସମସ୍ତେ ଡିଜେ, ବାଜା, ରୋଷଣୀରେ ସ୍ୱାଗତ କରିଥିଲେ । ତାଙ୍କ ନିଜ ଗାଁ ଉତ୍ସବ ମୁଖରିତ ହୋଇ ଉଠିଥିଲା । ତାଙ୍କ ଘରଦାଣ୍ଡ ସମୁଖରେ ଏକ ସଭା ହୋଇଥିଲା । ସଭା ଶେଷରେ ବୈକୁଣ୍ଠ ନାଥ ଶବର ଆଜ୍ଞାଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବର ଆଜ୍ଞାଙ୍କ ପରିବାର ତରଫରୁ ଅତିଥି ସେବା କରି ଅତିଥିମାନଙ୍କୁ ବିଦାୟ ଦେଇଥିଲେ ।

Leave A Reply

Your email address will not be published.