
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଟଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲର ଖେଳ ଶିକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, ସମ୍ମାନିତ ଅତିଥି ଭବରେ ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର, ବିଭିନ୍ନ ବ୍ଲକର ବିଇଓ ଗୋବର୍ଦ୍ଧନ ଭୋଇ, ରୁଷିଆ ମେହେର, ଲୋକନାଥ ସୁନା ଓ ପିଆର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଆଟଗାଁ ରାମ ମନ୍ଦିରଠାରୁ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ପ୍ରଧାନ ଶିକ୍ଷକମାନେ, ଖେଳ ଶିକ୍ଷକମାନେ, ସ୍କାଉଟ ଗାଇଡ ଓ ରେଡକ୍ରସର କାର୍ଯ୍ୟକର୍ତ୍ତା ସମେତ ଶହ ଶହ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।