oom

ପ୍ରଧାନ ଶିକ୍ଷକ ଜୟକେତନ ସିଂ ମାଝୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ କ୍ଲଷ୍ଟର ପାତଳପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକେତନ ସିଂ ମାଝୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ହଳଦୀ ୟୁପି ସ୍କୁଲଠାରେ ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ପତ୍ରାପାଲି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ସଭାରେ ମୁଖ୍ୟ ଅତିଥି ରୂପେ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସମ୍ମାନିତ ଅତିଥି ରୂପେ ଏବିଇଓ କୋଦଣ୍ଡ ଧର ଭୋଇ, ଏବିଇଓ ହୀରା ସିଂ ମାଝୀ, ହଳଦୀ ସିଆର୍‌ସିସି ପ୍ରିୟଦର୍ଶନ ମୁଗ୍ରୀ, ଖେରଟ ସ୍କୁଲ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ହଳଦୀ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ କିଶୋର କୁମାର ଝାଙ୍କର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ତୀର୍ଥୟ ମାଝୀ, ଗୋବର୍ଦ୍ଧନ ନାଗ, ନିମାଇଁ କୁମ୍ଭାର, ଧନ ସିଂ ମାଝୀ, ବନମାଳୀ ନାଗ, ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ନାୟକ, କନକଲତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.