oum

ରାସ୍ତା ମରାମତି ଦାବୀରେ ଜାତୀୟ ରାଜପଥ ଅବରୋଧ

jsm

ଅନୁଗୁଳ : ଆଜି ରାସ୍ତା ମରାମତି ଦାବୀରେ ୬ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏନଏଚ୍‌ ଅବରୋଧ କରାଯାଇଥିବା ବେଳେ ସଂଘ ପକ୍ଷରୁ ୨ଟି ପ୍ରମୁଖ ଦାବୀ ରଖାଯାଇଛି । ଏନ୍‌ଏଚ୍‌-୫୫ର ସମ୍ପ୍ରସାରଣ ବିଳମ୍ବ ଓ ରାସ୍ତା ଦୂରାବସ୍ତାର ପ୍ରତିବାଦରେ ଅବରୋଧ କରାଯାଇଛି ଏନଏଚ୍‌ । ସଂଘ ପକ୍ଷରୁ ସହରର ଥାନା ଛକ ଓ ପଞ୍ଚମହଲା ଛକରେ ପିକେଟିଂ କରାଯାଉଛି । ଏନ୍‌ଏଚ୍‌ ଅବରୋଧ ଯୋଗୁଁ ସମ୍ବଲପୁର-କଟକ ରାସ୍ତାରେ ଯାତାୟାତ ଠପ୍‌ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଛି ।

Leave A Reply

Your email address will not be published.