କଣିହାଁ : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ଜରଡା ଗ୍ରାମର ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ବିରଞ୍ଚି ପ୍ରଧାନ(୬୩) । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ପଞ୍ଚାୟତ ତଥା ଏନଟିପିସି ଥାନା ଅଧିନସ୍ଥ ଆମ୍ବପାଳ ଗାଁ ଲେବୁଲ୍ କ୍ରସିଂ ପାଖ ଟ୍ରେନ୍ ଲାଇନ୍ରେ ଆଜି ପୋଲିସ କର୍ମଚାରୀ ବିରଞ୍ଚି ପ୍ରଧାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ପ୍ରାୟ ସାଢେ ୮ଟା ସମୟରେ ଆମ୍ବପାଳ ଲେବୁଲ କ୍ରସିଂ ଫାଟକ ବନ୍ଦ ରହିଥିବା ବେଳେ ଏନ୍ଟିପିସି କୋଇଲା ଟ୍ରେନ୍ ଆସିବା ନେଇ ଫାଟକ ପଡିଥିଲା । ଏହି ସମୟରେ ଫାଟକର ଏକ ପାର୍ଶ୍ଵରୁ ବିରଞ୍ଚି ଏକ ବାଇକରେ ଆସି ସେଠାରେ ବାଇକ୍କୁ ରଖି ଟ୍ରେନ୍ ଆସିବା ଦେଖି ହଠାତ୍ ଫାଟକ ପାର ହୋଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।