oom

ସିଭିଲ କୋର୍ଟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ୍ରାଧିକରଣ ସଭାଗୃହ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର ଉଦ୍‌ଘାଟନ କରିବା ସହ ପି.ସି ଏଣ୍ଡ ପିଏନ୍‌ଡିଟି ଅଧିନିୟମ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଜଜ୍‌(ପ୍ରଥମ) ଶ୍ରୀମତୀ ଇତିଶ୍ରୀ ମହାପାତ୍ର ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା ମହିଳାମାନଙ୍କ ପ୍ରତି ହେଉଥିବା ଅସଦାଚରଣ ପାଇଁ ଥିବା ବିଭିନ୍ନ ଅଧିନିୟମ ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରସାନ୍ତ କୁମାର ନାୟକ (ପୋକ୍ସୋ କୋର୍ଟ), ବଲାଙ୍ଗିର ପୋସ୍କୋ ଅଧିନିୟମ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ । ଏହାପରେ ଏସ୍‌ଡିକେଏମ୍‌ ମନୋଜ ମହାନ୍ତି ମହିଳା ମାନଙ୍କ ଘରୋଇ ହିଂସାରୁ ରକ୍ଷା କରିବା ନିମନ୍ତେ ପ୍ରଣିତ ବିଭିନ୍ନ ଅଧିନିୟମ ଆଲୋକପାତ କରିଥିଲେ । ଏହାପରେ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପିଡିତା ସହାୟତା ସମ୍ବନ୍ଧରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ପରିଶେଷରେ ସିଭିଲ କୋର୍ଟର ରେଜିଷ୍ଟାର ଅମିତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ବଲାଙ୍ଗିର ଫ୍ୟାମିଲି କୋଟ୍‌ ଜଜ୍‌ ବେଣୁଧର ପାତ୍ର, ବଲାଙ୍ଗିର ଜଜ୍‌ ଭିଜିଲାନ୍ସ କୋର୍ଟ ଶ୍ରୀମତୀ ଅଜନ୍ତା ଷଡଙ୍ଗୀ, ବଲାଙ୍ଗିର ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଜିବାନନ୍ଦ ପାଢୀ, ଜ୍ୟୋତିରଞ୍ଜନ ଦାଶ ସିଭିଲ ଜଜ୍‌ (ବରିଷ୍ଠ), ବଲାଙ୍ଗିର ବଲାଙ୍ଗିର ସିଭିଲ ଜଜ୍‌(ବରିଷ୍ଠ) ଜନ୍ମେଜୟ ପଲେଇ, ବଲାଙ୍ଗିର ଅତିରିକ୍ତ ସିଭିଲ୍‌ ଜଜ୍‌ ସସ୍ମିତା ନନ୍ଦିନୀ ତ୍ରୀପାଠୀ (ବରିଷ୍ଠ), ବଲାଙ୍ଗିର ସିଭିଲ୍‌ ଜଜ୍‌ (କନିଷ୍ଠ) ଶ୍ରୀମତି ସସ୍ମିତା ସେଠୀ, ବଲାଙ୍ଗିର ସ୍ୱତନ୍ତ୍ର ବିଚାର ବିଭାଗୀୟ ଅଧିକାରୀ ରମେଶ ଚନ୍ଦ୍ର ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସିଭିଲ କୋର୍ଟ, ଜିଲ୍ଲା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.