ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ପଚାରିବା ଓ ଆଶଙ୍କା ବ୍ୟକ୍ତ କରିବା ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ

  • ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁଦିବସ ଅବସରରେ ବିଜ୍ଞାନ ଭବନ, ନୂଆଦିଲ୍ଲୀ ଠାରେ ଆୟୋଜିତ ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟର ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଓଡ଼ିଶାର ପୁରୀ ଜିଲ୍ଲାର ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର୨୦୨୨ପ୍ରଦାନ କରିଛନ୍ତି ।
ନିଜ ଶିକ୍ଷକମାନଙ୍କୁ ସ୍ମରଣ କରି କହିଥିଲେ ରାଷ୍ଟ୍ରପତିକହିଥିଲେ, ସେମାନେ କେବଳ ତାଙ୍କୁ ପଢାଇ ନଥିଲେ ବରଂ ଭଲ ପାଇବା ଓ ପ୍ରେରଣା ଯୋଗାଇଥିଲେ । ନିଜ ପରିବାର ଓ ଶିକ୍ଷକମାନଙ୍କ ଦିଗଦର୍ଶନକୁ ପାଥେୟ କରି ସେ ନିଜ ଗାଁର ପ୍ରଥମ କଲେଜ ପଢୁଆ ଝିଅ ହୋଇ ପାରିଥିଲେ । ନିଜ ଜୀବନରେ ହାସଲ କରିଥିବା ଯତକିଞ୍ଚିତ ସଫଳତା ପାଇଁ ଶିକ୍ଷକମାନଙ୍କ ନିକଟରେ ଋଣୀ ବୋଲି ସେ କହିଛନ୍ତି ।
ବିଜ୍ଞାନ, ଗବେଷଣା ଓ ନବାଚାର ଆଜିର ଜ୍ଞାନ ଅର୍ଥନୀତିରେ ବିକାଶର ଭିତ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ସ୍କୁଲ ଶିକ୍ଷା ମାଧ୍ୟମରେ ଏସବୁ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବାର ଶିଳାନ୍ୟାସ ହେବ । ତାଙ୍କ ଦୃଷ୍ଟିରେ ମାତୃଭାଷା ମାଧ୍ୟମରେ ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନରେ ମୌଳିକ ପ୍ରତିଭାର ବିକାଶ ଅଧିକ ହୋଇଥାଏ । ମାଆମାନେ ପ୍ରାରମ୍ଭିକ ଜୀବନରେ ଆମକୁ ଜୀବନ ଜୀଇଁବାର କଳା ଶିଖାଇଥାନ୍ତି । ତେଣୁ ମାତୃଭାଷା ପ୍ରକୃତ ମେଧା ବିକାଶରେ ସହାୟକ ହୋଇଥାଏ । ମାଆ ପରେ ଶିକ୍ଷକମାନେ ଆମ ଜୀବନରେ ଶିକ୍ଷାକୁ ଆଗେଇ ନେଇଥାନ୍ତି । ଯଦି ଶିକ୍ଷକମାନେ ମାତୃଭାଷାରେ ଶିକ୍ଷା ଦିଅନ୍ତି ତେବେ ଛାତ୍ରଛାତ୍ରୀମାନେ ସହଜରେ ନିଜ ମେଧା ବିକଶିତ କରିପାରିବେ । ଏଥିପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷାରେ ଭାରତୀୟ ଭାଷାବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ବିଜ୍ଞାନ ଓ ଗବେଷଣା ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଶିକ୍ଷକମାନଙ୍କ ଦାୟିତ୍ୱ । ଜଣେ ଭଲ ଶିକ୍ଷକ ପ୍ରକୃତିରେ ଉପସ୍ଥିତ ଜୀବନ୍ତ ଉଦାହରଣ ମାଧ୍ୟମରେ ଜଟିଳ ତତ୍ତ୍ୱକୁ ସହଜରେ ବୁଝାଇ ପାରିବେ ।ଶିକ୍ଷକମାନଙ୍କ ସମ୍ପର୍କରେ ଏକ ପ୍ରସିଦ୍ଧ ଲୋକ ଉକ୍ତିର ଅବଧାରଣା ଦେଇ ସେ କହିଛନ୍ତି “ଜଣେ ସାଧାରଣ ଶିକ୍ଷକ କୁହନ୍ତି, ଜଣେ ଭଲ ଶିକ୍ଷକ ବୁଝାନ୍ତି, ଶ୍ରେଷ୍ଠ ଶିକ୍ଷକ ପ୍ରଦର୍ଶନ କରନ୍ତି ଓ ମହାନ ଶିକ୍ଷକ ପ୍ରେରିତ କରିଥାନ୍ତି ।” ଜଣେ ଆଦର୍ଶ ଶିକ୍ଷକଙ୍କ ନିକଟରେ ଏହି ଚାରିଟି ଗୁଣ ରହିଥାଏ । ପ୍ରକୃତ ଅର୍ଥରେ ଏହି ଆଦର୍ଶ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କଜୀବନ ନିର୍ମାଣ ମାଧ୍ୟମରେ ଦେଶ ନିର୍ମାଣ କରିଥାନ୍ତି ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ପଚାରିବା ଓ ଆଶଙ୍କା ବ୍ୟକ୍ତ କରିବାର ଅଭ୍ୟାସକୁ ପ୍ରୋତ୍ସାହନ ଦେବାକୁ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅଧିକରୁ ଅଧିକ ପ୍ରଶ୍ନର ଉତ୍ତର ଦେବା ଏବଂ ସନ୍ଦେହ ଦୂର କରିବା ମାଧ୍ୟମରେ ସେମାନେ ନିଜ ଜ୍ଞାନ ମଧ୍ୟ ବୃଦ୍ଧି କରିପାରିବେ । ଜଣେ ଭଲ ଶିକ୍ଷକ କିଛି ନୂଆ ଶିଖିବା ପାଇଁ ସବୁବେଳେ ଆଗ୍ରହୀ ରହିଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

error: Content is protected !!