ବିଜେଡ଼ି ସମର୍ଥନରେ କୌଣସି ଆଦିବାସୀ ନିର୍ବାଚନ ଲଢ଼ିଲେ ଜାତିରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଲା ଜିଲ୍ଲା ଆଦିବାସୀ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସମର୍ଥନରେ କୌଣସି ଆଦିବାସୀ ନିର୍ବାଚନ ଲଢ଼ିଲେ ଜାତିରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବଲାଙ୍ଗିର ଜିଲ୍ଲା ଆଦିବାସୀ ସଂଘ । ସଂଘ ସଭାପତି ଥବିର ଧରୁଆ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାର ୧୪ଟି ଯାକ ବ୍ଲକ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବିଜେଡ଼ି ସରକାର ଆଦିବାସୀ ମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଥିବାର ଏଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.