jayashree

୮୫ ବର୍ଷରେ ପଦାର୍ପଣ କଲେ ନରସିଂହ

  • ଜନ୍ମଦିନରେ ଶୁଭେଚ୍ଛା ଦେଲେ ଜନତା ଓ ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ପ୍ରତିଉତ୍ତରରେ ଜଣାଇଲେ କୃତଜ୍ଞତା
    ବଂଚିଥିବା ଯାଏଁ ଲୋକଙ୍କ ସେବା କରିବି – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଥିବା ପର୍ଯ୍ୟନ୍ତ ବଲାଙ୍ଗିର ସମେତ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି । ଲୋକ ପ୍ରତିନିଧି ଥାଏଁ ବା ନଥାଏଁ କିଛି ଫରକ ପଡିବ ନାହିଁ, ନିଶ୍ଚିତ ଭାବରେ ସମାଜର ତଳସ୍ତର ଲୋକମାନଙ୍କର ସେବା କରିବା ପାଇଁ ସେ ଆଜିବନ ବ୍ରତି ରହିବି । ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ତାଙ୍କ ଭିତରେ ଥିବା ଦାୟିତ୍ୱବେଧତାକୁ ଆହୁରି ଦ୍ୱିଗୁଣିତ କରିଛି । ନିଶ୍ଚିତ ଭାବରେ ଏ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା, ସଂସ୍କୃତିର ବିକାଶ ପାଇଁ ନିରନ୍ତର କାମ ଜାରି ରଖିବି ବୋଲି ଆଜି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ଜନ୍ମ ଦିନ ଅବସରରେ ଶୁଭେଚ୍ଛୁଙ୍କ ଶୁଭେଚ୍ଛାର ପ୍ରତିଉତ୍ତରରେ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଆଜି ନରସିଂହ ମିଶ୍ର ୮୫ ବର୍ଷରେ ପ୍ରଦାର୍ପଣ କରିଛନ୍ତି । ୧୯୪୦ ମସିହା ଶ୍ରୀ ମିଶ୍ର ବଲାଙ୍ଗିର ସହର ନିକଟ ବର୍ତ୍ତି ଛତାମଖନା ଗ୍ରାମରେ ଦେଶର ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ପିତା ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଏବଂ ମାତା ନିଳାବତି ଦେବୀଙ୍କ ଔରଷରୁ ଜନ୍ମଗ୍ରହଣ କରିଥିଲେ । ୧୦ ଭାଇ ଓ ଏକ ଭଉଣି ଭିତରେ ସେ ଜ୍ୟେଷ୍ଠ ଥିଲେ । ପିଲାଟି ଦିନର ଶିକ୍ଷା ଛତାମଖନା ସ୍କୁଲରୁ ଆରମ୍ଭ ହୋଇ ପରିବର୍ତ୍ତି ସମୟରେ ପିଆର ହାଇସ୍କୁଲ ପରେ ପରେ ବିକ୍ରମଦେବ କଲେଜ ଜୟପୁର, ଖଲ୍ଲିକୋଟ କଲେଜ ବ୍ରହ୍ମପୁରରୁ ସେ ଡିଗ୍ରୀ ସମାପ୍ତ କରିଥିଲେ । ପରେ ପରେ କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ସମାପ୍ତ କରିଥିଲେ । ଆଜି ତାଙ୍କର ୮୫ତମ ଜନ୍ମଦିନ ଅବସରରେ ସାରା ରାଜ୍ୟରୁ ତାଙ୍କ ଶୁଭେଚ୍ଛୁମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ କଂଗ୍ରେସ ନେତା ମନୀଷ ମିଶ୍ର, ବୁଲୁ ଦାନୀ, ଅସିତ ମିଶ୍ର, ଜୁଲୁ ପଟ୍ଟନାୟକ, ଅନନ୍ତ ବେହେରା, ଲୋପନ ମିଶ୍ର , ମୀରା ବେହେରା, ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନସାରା ଶ୍ରୀ ମିଶ୍ରଙ୍କୁ ବଲାଙ୍ଗିର ସହରର ତଥା ଦେଓଗାଁ, ଆଗଲପୁର, ବଲାଙ୍ଗିର ସଦର, ପୁଇଁନ୍ତଲା, ବିନିକା ଓ ଲୋଇସିଂହା ବ୍ଲକ ଅଂଚଳରୁ ଅନେକ ସାଧାରଣ ଜନତା, ବୁଦ୍ଧିଜିବି, ରାଜନୈତିକ କର୍ମୀ, ସାମାଜିକ, ସାଂସ୍କୃତିକ, ମହିଳା ସଂଗଠନ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶ୍ରୀ ମିଶ୍ରଙ୍କ ବଲାଙ୍ଗିର ଆବାସିକ କାର୍ଯ୍ୟାଳୟକୁ ଆସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପ୍ରକାଶ ଯେ ଶ୍ରୀ ମିଶ୍ର ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଲୋଇସିଂହା ନିର୍ବାଚନ ମଣ୍ଡଳିରୁ ପ୍ରଥମ ଥର ବିଜୟୀ ହୋଇ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ୱଭାର ଗ୍ରହଣ କରିଥିଲେ । ସେ ସମୟରେ ସାଧାରଣ ଜନତା ହିତ ପାଇଁ ଆଇନ ବିଭାଗରେ ଅନେକ ଗୁଡିଏ ସଂସ୍କାର ଆଣି ପାରିଥିଲେ । ପରବର୍ତ୍ତି ସମୟରେ ସେ ବଲାଙ୍ଗିର ଜିଲ୍ଲାର ଏକମାତ୍ର ବ୍ୟକ୍ତି ଭାବରେ ଲୋଇସିଂହା, ବିନିକା ଏବଂ ବଲାଙ୍ଗିର ସଦର ଆସନରୁ ବିଧାୟକ ହୋଇ ରେକର୍ଡ କରିବା ପରେ ୨୦୨୪ରେ ନିର୍ବାଚନୀ ରାଜନୀତିରୁ ଅବ୍ୟାହତି ନେଇଥିଲେ । ରାଜ୍ୟ ଶ୍ରେଷ୍ଠ ରାଜନୈତିଜ୍ଞ ଭାବରେ ସେ ବିଧାୟକ, ବିରୋଧି ଦଳ ଉପନେତା, ବିରୋଧିଦଳ ନେତା, କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଜାତୀୟ ଆଇନ ଆୟୋଗ କମିଶନର ସଭ୍ୟ ଥିଲେ ।

Leave A Reply

Your email address will not be published.