oom

୮ଦଫା ଦାବୀ ନେଇ ଏନ.ଏ.ସି. ଘେରିଲା ଭାଜପା

jsmm

କଂଟାବାଂଜି, (ମନୀଶ କୁମାର ହଂସ) : ଭାରତୀୟ ଜନତା ପାର୍ଟି କଂଟାବାଂଜି ମଣ୍ଡଳଦ୍ୱାରା ମଂଗଲବାର ଦିନ କଂଟାବାଂଜି ଏନ.ଏ.ସି.ର ମୁଖ୍ୟ ଫାଟକ ସମ୍ମୁଖରେ ଦିନିକିଆ ବିକ୍ଷୋଭ କରାଯାଇଛି । ଏନ.ଏ.ସି. ସହରାଂଚଳରେ ବସବାସ କରୁଥିବା ବାସହୀନ ଗରିବ ତଥା କଚ୍ଚା ଘରେ ରହିଆସୁଥିବା ଲୋକଙ୍କୁ ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ୮ଦଫା ଦାବୀ ନେଇ ପୂର୍ବରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ର ମୁତାବକ ସ୍ଥାୟୀ ସମାଧାନ ନକରିବାରୁ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇ ଏନ.ଏ.ସି.ର ମ୍ୟୁନିସିପାଲ ଇଂଜିନିୟର ଅଶୋକ କୁମାର ପଟ୍ଟନାୟକଙ୍କୁ ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ଜିଲ୍ଲା ଉପସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ସଂପାଦକ ତଥା ଭାଜପା ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ନଗର ସଭାପତି ବେଦବ୍ୟାସ ନାଗ, ଅଜ୍ଜୁ ଶର୍ମା ସହ ଶତାଧିକ ମହିଳା ପୁରୁଷ ସାମିଲ ଥିଲେ ।

jittmm
Leave A Reply

Your email address will not be published.