ପୁଣି ଚମକିଲେ ଓଡ଼ିଆ ବୋହୂ : ମିସେସ୍‌ ଓଡିଶାରେ ପ୍ରଥମ ରନର୍ସଅପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଚମକିଲେ ପଶ୍ଚିମ ଓଡିଶାର ବୋହୂ । ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଝିଅ ତଥା କଳାହାଣ୍ଡି ଜିଲ୍ଲା ରଜାମୁଣ୍ଡା ଗାଁର ବୋହୂ ରାନୁ ସାହୁ ହୋଇଛନ୍ତି ଚଳିତ ବର୍ଷର ମିସେସ ଓଡିଶାରେ ପ୍ରଥମ ରନର୍ସଅପ୍‌ ସ୍ଥାନ ହାସଲ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କିଛି ଦିନ ତଳେ ମିସ୍‌ ଓଡିଶାରେ ଅନ୍‌ଲାଇନ୍‌ରେ ଭାଗ ନେବା ପରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଗତ ଦୁଇ ଦିନ ତଳେ ଭୁବନେଶ୍ୱରରେ ଆୟୋଜିତ ଫାଇନାଲ୍‌ ରାଉଣ୍ଡରେ ରାନୁ ଗ୍ରାଉଣ୍ଡ ବିଜୟୀ ବିଜେତା ହୋଇ ପାରିଛନ୍ତି । ବିବାହ ପରେ ବି ମହିଳାମାନେ ନିଜ ପ୍ରତିଭାକୁ ପରି ପ୍ରକାଶ କରିପାରିବେ ଓ କେବଳ ଘରର ଚାରି କାନ୍ଥରେ ନୁହେଁ ସେ ବାହାରକୁ ବାହାରି ନିଜ ପରିବାରକୁ ଗର୍ବିତ କରି ପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାନୁଙ୍କ ସଫଳତା ପରେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

error: Content is protected !!