ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ଼ ସବଷ୍ଟେସନ ପରିସରରେ ବିଶ୍ୱକର୍ମା ପଦ୍ଭଜା ବୁଧବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ସବଡ଼ିଭିଜନର ସମସ୍ତ ବିଦ୍ୟୁତ କର୍ମଚାରୀମାନେ ମିଳିମିଶି ଆଜି ସକାଳେ କଳସ ଶୋଭାଯାତ୍ରା କରି ଶିବ ମନ୍ଦିର ଘାଟରୁ ପବିତ୍ର ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ବିଶ୍ୱଜିତ ପ୍ରଧାନ ଓ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଳାଇ ଥିବାବେଳେ ପ୍ରେମାନନ୍ଦ ଦେବତା ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରିଥିଲେ । ପାଇକମାଲ ଏସ୍ଡିଓ ମନୋରଞ୍ଜନ ନାୟକ, ଜେଇ ପ୍ରକାଶ ସିଂ, ଜେଇ ସତ୍ୟଜିତ ଘଡେଇ ଓ ସମସ୍ତ ୧୧୨ଜଣ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୂଜା କାର୍ଯ୍ୟ ସୁନ୍ଦର ଭାବରେ ପରିଚାଳିତ ହୋଇଯାଇଛି । ଅପରାହ୍ନ ଗୋଟାଏରେ ଅନ୍ନଛତ୍ର ଭୋଜନ ଏବଂ ରାତ୍ର ସାତଟାରେ ଅନ୍ନଛତ୍ର ଭୋଜନ ସହ ପ୍ରସାଦ ଜନ ସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ବରଗଡ଼ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନୁପମ ଦାସ, ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ସବ୍ୟସାଚୀ ପ୍ରମୁଖ ପାଇକମାଲ ବିଶ୍ୱକର୍ମା ପୂଜା ଦର୍ଶନ କରିବାକୁ ଆସି ବହୁତ ଖୁସି ହୋଇଥିଲେ । ରାତିରେ କୃଷ୍ଣଗୁରୁ ଭଜନ ପାଇକମାଲ ଛକରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଲାଇନମେନ ଶଶାଙ୍କ କୁମାର ସାହୁ ଜଣାଇଛନ୍ତି ।
Prev Post