
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବାରେ ଲାଗିଛି । ବିଜେଡ଼ି ଓ ବାମପନ୍ଥୀ ଦଳ ଛାଡ଼ି ବହୁ ଜନପ୍ରତିନିଧିଙ୍କ ସହ କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଆସୁଛନ୍ତି । ବୁଧବାର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ତରଫରୁ ମା’ ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବର୍ଣ୍ଣାଢ୍ୟ ସମାବେଶରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଓ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା-ସାଥ ସବକା-ବିକାଶ ଧ୍ୱନିରେ ଲୋକେ ବିଶ୍ୱାସ କରି ଆସୁଛନ୍ତି ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବିକାଶ କାର୍ଯ୍ୟକୁ ଅନୁସରଣ କରି ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ଯୁବନେତା ଅମର ବେହେରାଙ୍କ ସମେତ ପଂଚାୟତର ବହୁ ୱାର୍ଡ ସଭ୍ୟ/ସଭ୍ୟା, ବିଭିନ୍ନ ଗ୍ରାମ୍ୟ କମିଟି ସଭାପତି, ଆଗଧାଡି ନେତା ଏବଂ ବହୁ ଜନସାଧାରଣ ମାନେ ବିଜେଡି ଓ ବାମପନ୍ଥୀ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସେମାନଙ୍କୁ ଦଳୀୟ ପାର୍ଟିର ଉତ୍ତରୀୟ ଓ ଟୋପି ପିନ୍ଧାଇ ଅନୁଷ୍ଠାନିକ ଭାବେ ଭାଜପା ଦଳରେ ସାମିଲ କରିଥିଲେ । ଏହି ସମସ୍ତ ନୂଆ ନେତା ଓ କର୍ମୀ ଦଳରେ ସାମିଲ ହେବା ପରେ ଦଳ ଆହୁରି ମଜବୁତ୍ ହେବ ବୋଲି କୁହାଯାଇଛି । ଆଗାମୀ ଦିନରେ ଏଭଳି ବିକାଶ ଧାରା ଚାଲୁ ରହିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି । ଆଉ କିଛି ଦିନ ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆଉ ବିରୋଧି ରହିବେ ନାହିଁ ବୋଲି କହିଛନ୍ତି ବିଧାୟକ । ସେପଟେ ବିଧାୟକଙ୍କ ନୀତି, ଆଦର୍ଶ ତଥା କାର୍ଯ୍ୟପନ୍ଥାକୁ ଅନୁସରଣ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି, ବହୁ ନେତା ଓ କର୍ମୀ ନୂତନ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ସଂଯୋଜନାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ପଦ୍ମଚରଣ ସାହୁ, ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ସମେତ ବହୁ ଛାମୁଆ ନେତାମାନେ ଉପସ୍ଥିତ ଥିଲେ ।