ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ ସାରଗର୍ଭକ ଉଦ୍‌ବୋଧନ

  • ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ, ବିପର୍ୟ୍ୟୟ ହ୍ରାସ ସଂକ୍ରାନ୍ତ ବୈଶ୍ୱିକ ମଞ୍ଚ ଜିପିଡିଆରଆର୍‌ ଓ ଇଣ୍ଡୋନେସିଆର ସରକାରଙ୍କ ମିଳିତ ଉଦ୍ୟମ ଏହି ସମ୍ମିଳନୀ ଆୟୋଜିତ
  • ବିପର୍ୟ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଂଚଟି ପ୍ରମୁଖ ବିଷୟ ଉପରେ ଡକ୍ଟର ମିଶ୍ରଙ୍କ ଗୁରୁତ୍ୱ
  • “କେବଳ ଉତ୍ତମ ବିନିଯୋଗ ନୁହେଁ, ଉତ୍ତମ ଫଳାଫଳ ପାଇଁ ନିର୍ମାଣ ମଧ୍ୟ ଉକ୍ରୃଷ୍ଟ ହେବା ଉଚିତ”
  • “କୋଭିଡ-୧୯ ମହାମାରୀ ଆମ ପୁନରୁଦ୍ଧାର ପ୍ରକ୍ରିୟା ଓ ଆଭିମୁଖ୍ୟରେ ଏକ ନୂଆ ଦିଗ ଯୋଡିଛି: ଜୀବିକା, ଦାରିଦ୍ର୍ୟ ଓ ଅସମତା ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିବ”
  • “୨୦୧୧ର ଗୁଜରାଟ ଭୂମିକମ୍ପ ପରେ ଭାରତରେ ମାଲିକଙ୍କ ଦ୍ୱାରା ପରିଚାଳିତ ପୁନଃନିର୍ମାଣ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଏହା ସାମଗ୍ରିକ ଫଳାଫଳ ଭଲ ରହିଛି”
  • “ଭାରତରେ, ପ୍ରଥମଥର ପାଇଁ ଦେଶର ବିପର୍ଯ୍ୟୟ ପରିଚାଳନା ଅର୍ଥଯୋଗାଣ ବ୍ୟବସ୍ଥାରେ ଆମେ ନିର୍ଦ୍ଦିଷ୍ଟଭାବେ ପୁନଃନିର୍ମାଣ ଓ ପୁନରୁଦ୍ଧାର ନିମନ୍ତେ ସୃଷ୍ଟି କରିଛୁ ଓ ପାଞ୍ଚ ବର୍ଷ ମଧ୍ୟରେ ୭.୫ ବିଲିୟନ ଡଲାର ଅର୍ଥର ବ୍ୟବସ୍ଥା କରାଯାଇଛି”
  • “ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ବାହାରକୁ ଯାଇ ଆମେ ପୁନରୁଦ୍ଧାର ନିମନ୍ତେ ପ୍ରସ୍ତୁତି ରହିଲେ ଏହା ସାମାଜିକ ସ୍ଥିତିସ୍ଥାପକତା ନିର୍ମାଣ ଦିଗରେ ଏକ ବଡ ପଦକ୍ଷେପ ହେବ”

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡୋନେସିଆର ବାଲିରେ ଆୟୋଜିତ ପଂଚମ ବିଶ୍ୱ ପୁନଃ ନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି (୨୩ା୫ା୨୨) ଅନଲାଇନ ବ୍ୟବସ୍ଥାରେ ସାରଗର୍ଭକ ଉଦ୍‌ବୋଧନ ଦେଇଛନ୍ତି । ଏହି ସମ୍ମିଳନୀ ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ ବିପର୍ୟ୍ୟୟ ଭୟ ଅପନୋଦନ ସଂକ୍ରାନ୍ତ ବୈଶ୍ୱିକ ମଂଚ ଜିପିଡିଆର୍‌ଆର ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗହରେ ଆୟୋଜିତ ହୋଇଛି ।
ପ୍ରାୟ ଦୁଇଦଶନ୍ଧି ପୂର୍ବେ ଭାରତ ମହାସାଗରରେ ଘଟିଥିବା ପ୍ରଳୟଙ୍କରୀ ସୁନାମିର କ୍ଷୟକ୍ଷତି ଓ ଆଉ ଅନେକ ବଡ ପ୍ରାକୃତି ବିପତ୍ତି ସମ୍ପର୍କରେ ମନେ ପକାଇ ଡକ୍ଟର ମିଶ୍ର କହିଛନ୍ତି ଯେ, ବିପତ୍ତି ବା ବିପର୍ୟ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ନୀତି ବେଶ୍‌ ଅନେକ ଦିନଧରି ଗୁରୁତ୍ୱ ପାଇ ଅନୁସ୍ରୁତ ହେଉଛି । ।
ତାଙ୍କ ଭାଷଣ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିପର୍ୟ୍ୟୟ ପରବର୍ତ୍ତୀ ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ୟ୍ୟରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡିବ ।
ପ୍ରଥମଟି ହେଲା ଉତ୍ତମ ଫଳାଫଳ ପାଇଁ ନିର୍ମାଣ ପ୍ରୟାସ,ପ୍ରସ୍ତୁତି ଓ କାର୍ୟ୍ୟ ଉତ୍ତମ ହେବା ଉଚିତ । ଏହି ଉତ୍ତମ ‘ବିଲ୍‌ଡ ବ୍ୟାକ୍‌ ବେଟର’ ବ୍ୟବସ୍ଥାରେ କେବଳ ଉତ୍ତମ ଉପଯୋଗ ଅପେକ୍ଷା ଉକ୍ରୃଷ୍ଟ ଫଳାଫଳ ଉପରେ ଗୁରୁତ୍ୱ ଦେବାକୁ ପଡିବ । ପାରିବାରିକ ସ୍ତରରେ ଆମେ ପୁନରୁଦ୍ଧାର ଊଦ୍ଧ୍ୱର୍କୁ ଯାଇ ଗୋଷ୍ଠୀ ଓ ସାମୁଦାୟିକସ୍ତରରେ ଚିନ୍ତାକରିବା ଉଚିତ । କୋଭିଡ-୧୯ ମହାମାରୀ ଆମ ଆଭିମୁଖ୍ୟର ଏକ ନୂଆ ଦିଗ ଯୋଡିଛି । ଏହା ଆମକୁ ଜୀବିକା, ଦାରିଦ୍ର୍ୟ ଓ ଅସମାନତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଶିଖାଇଛି ।
ଡକ୍ଟର ମିଶ୍ର ଆହୁରି କହିଛନ୍ତି ଯେ ପୁନରୁଦ୍ଧାର ଓ ପୁନଃନିର୍ମାଣରେ ପ୍ରଭାବିତ ଲୋକଙ୍କ ହାତରେ ଏଜେନ୍ସିର ଦାୟିତ୍ୱ ନ୍ୟସ୍ତ କରାଯିବା ଉଚିତ । ଭାରତରେ ୨୦୦୧ର ଗୁଜରାଟ ଭୂମିକମ୍ପ ପରେ ମାଲିକ ପରିଚାଳିତ ପୁନଃନିର୍ମାଣ ବା ଓଡିଆର୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହାର ଫଳାଫଳ ବେଶ ଭଲ ହୋଇଥିବା ଆମେ ଦେଖିଛୁ । ମାଲିକ ପରିଚାଳିତ ପୁନଃନିର୍ମାଣ ପଦ୍ଧତିକୁ ନିରନ୍ତର ବଢାଇବା ପାଇଁ ଏକ ଦୃଢ ବୈଶ୍ୱିିକ ସାମୁଦାୟିକ ନୀତି ଓ ଅଭ୍ୟାସ ଗଢି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଏହି ସାମୁଦାୟିକ ବ୍ୟବସ୍ଥା ଓ ଅଭ୍ୟାସରେ ସ୍ୱାଭାବିକଭାବେ ଆରô୍ଥକ, ଆନୁଷ୍ଠାନିକ, ବୈଷୟିକ ମେକାନିଜିମ୍‌ ରହିବା ଆବଶ୍ୟକ ଏବଂ ବିପର୍ୟ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ୟ୍ୟ ପାଇଁ ସବୁ ସ୍ତରରୁ ସାହାଯ୍ୟ ସହଯୋଗ ଯୋଗାଣ ବ୍ୟବସ୍ଥା ଅପରିହାର୍ୟ୍ୟ ହେବା ଉଚିତ । ଏହା ହିଁ ତୃତୀୟ ବିଷୟ ।
ଭାରତରେ ପ୍ରଥମ ଥର ପାଇଁ ଦେଶର ବିପର୍ୟ୍ୟୟ ପରିଚାଳନା ନୀତିରେ ଅର୍ଥଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ୟ୍ୟ ନିମନ୍ତେ ଆମେ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ସୃଷ୍ଟି କରିଛୁ ଓ ପାଂଚବର୍ଷ ମଧ୍ୟରେ ୭.୫ ବିଲିୟନ ଡଲାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।
ଡକ୍ଟର ମିଶ୍ର ତାଙ୍କ ଉଦ୍‌ବୋଧନରେ ଯେଉଁ ଚତୁର୍ଥ ବିଷୟଟିକୁ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ବିପତ୍ତି ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣର ନୀତି ଏବଂ ପଦ୍ଧତି । ସେ କହିଛନ୍ତ ଯେ ଏହି କାମ ସ୍ୱଳ୍ପମିଆଦି ନ ହୋଇ ଦୀର୍ଘମିଆଦି ଏବଂ ଅତ୍ୟନ୍ତ ଦୃଢ ହେବା ଆବଶ୍ୟକ । ସରକାର ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ୱାରା ସମରô୍ଥତ ଏବଂ ପରିଚାଳିତ ପୁନରୁଦ୍ଧାର ଏବଂ ପୁନନିର୍ମାଣ କାର୍ୟ୍ୟକ୍ରମ ଶେଷ ହେବାକୁ ଚାରିରୁ ଛ’ବର୍ଷ ସମୟ ଲାଗିଥାଏ । ବାସ୍ତବରେ କିନ୍ତୁ ପ୍ରକୃତ ପୁନରୁଦ୍ଧାର କାମ ଅଧାପିଡି ପର୍ୟ୍ୟନ୍ତ ଚାଲେ ବୋଲି ସେ କହିଛନ୍ତି ।
ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି ଯେ ଅନେକ ସମୟରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ୟ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଉ । ଆମେ ଏହାକୁ ‘ଭିଡର ଅତ୍ୟାଚାର’ ବା ‘ଟାଇରାନି ଅଫ୍‌ ରଶ୍‌’ ବୋଲି ସାଧାରଣତଃ କହିଥାଉ । ଶୀଘ୍ର ପୁନରୁଦ୍ଧାର ପାଇଁ ପୁନଃନିର୍ମାଣକୁ ଉତ୍ତମଭାବେ କରିବା ସହଜ କାମ ନୁହେଁ । ଏଥିରେ ଭାରସାମ୍ୟ ରକ୍ଷା ଜରୁରୀ । ତଥାପି ଡ୍ରୋନ, ଭୂସ୍ଥାନିକ ଟେକ୍‌ନୋଲୋଜି ଓ ସେନ୍ସିଙ୍ଗ ଭଳି ନୂଆ ପ୍ରଯୁକ୍ତି ଏବଂ ଜ୍ଞାନକୌଶଳ ଦ୍ୱାରା ପୁନରୁଦ୍ଧାର ଓ ପୁନଃ ନିର୍ମାଣ କାର୍ୟ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏହା ମାଧ୍ୟମରେ କ୍ଷୟକ୍ଷତିର ଆକଳନ, ହିତାଧିକାରୀ ଚିହ୍ନଟ ଓ ପୁନଃର୍ନିମାଣ ତଥା ପୁନରୁଦ୍ଧାର କାର୍ୟ୍ୟର ପ୍ରଗତିକୁ ସହଜରେ ନିରୀକ୍ଷଣ କରାଯାଇ ପାରିବ । ନୂଆ ଅତ୍ୟାଧୁନିକ ଟେକେ୍‌ନୋଲୋଜି ଆମକୁ ଯେଉଁ ସୁବିଧା, ସୁଯୋଗ ଦେଇଛି ଆମେ ତାହାର ସର୍ବାଧିକ ଫାଇଦା ଉଠାଇବା ଆବଶ୍ୟକ ।
ଉପସଂହାରରେ ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ “ଆମେ ଯଦି ପ୍ରସ୍ତୁତିରୁ ପ୍ରତିକାର” ଆଭିମୁଖ୍ୟ ବାହାରକୁ ଯାଇ ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ତାହା ସାମାଜିକ ସ୍ଥିତିସ୍ଥାପକତା ନିର୍ମାଣ ଦିଗରେ ଏକ ବଡ ପଦକ୍ଷେପ ହେବ । ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ପାଇଁ ଏକ ବଡ ଅସ୍ତ୍ରଭାବେ କାମ କରିବ ।

Leave A Reply

Your email address will not be published.