jayashree

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ ଉଦ୍‌ବୋଧନ

● “ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ହିଁ ଶ୍ରେଷ୍ଠ ସ୍ଥାନ”
● “ଭାରତରେ ଡିଜିଟାଲ ଅବସ୍ଥାନ୍ତର ଏହାର ନବୋନ୍ମେଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତାର ଅଙ୍ଗୀକାରବଦ୍ଧତା ଦ୍ୱାରା ପରିଚାଳିତ”
● “ଦେଶ ପ୍ରଯୁକ୍ତି ବିଦ୍ୟାକୁ ଯଥା ସମ୍ଭବ ଉପଯୋଗ କରି ପ୍ରଶାସନିକ ଅବସ୍ଥାନ୍ତର ଆଣିବା ସହ ଏହାକୁ ଅଧିକ ଦକ୍ଷ, ସମାବେଶୀ, ଦୃଢ଼ ଓ ସ୍ୱଚ୍ଛ କରିଛି”
● “ଭାରତରେ ଡିଜିଟାଲ ସାଧାରଣ ଭିତ୍ତିଭୂମି ବୈଶ୍ବିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରୁଛି”
● “ଏପରି ବିବିଧତା ନିମନ୍ତେ ଭାରତ ସମାଧାନର ଏକ ଆଦର୍ଶ ପରୀକ୍ଷାଗାର । ଯେଉଁ ସମାଧାନ ସୂତ୍ର ଭାରତରେ ସଫଳତା ଲାଭ କରେ, ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରେ”
● “ଜି-୨୦ ଉଚ୍ଚସ୍ତରୀୟ ନୀତିକୁ ଆଧାର କରି ଏକ ଦୃଢ, ଆସ୍ଥାମୂଳକ ଏବଂ ନମନୀୟ ଡିଜିଟାଲ ଅର୍ଥନୀତି ପାଇଁ ସହମତି ଗୁରୁତ୍ୱପୂର୍ଣ୍ଣ”
● “ପ୍ରଯୁକ୍ତି ଭିତ୍ତିକ ସମାଧାନ ମାନବ ସମାଜ ସମ୍ମୁଖୀନ ହେଉଥିବା ଆହ୍ୱାନ ଦିଗରେ ପ୍ରୟୋଗ କରାଯିବା ଉଚିତ । ଆମଠାରୁ ଏହା ‘ଚାରୋଟି ସି’ ଆବଶ୍ୟକ କରେ । ତାହା ହେଉଛି କନଭିକସନ(ଦୃଢ଼ତା), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା)

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି ।

ସମ୍ମିଳିତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ ବେଙ୍ଗାଲୁରୁ ନଗରୀକୁ ସ୍ୱାଗତ ଜଣାଇବା ସହ ଡିଜିଟାଲ ଅର୍ଥ ନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ଠାରୁ ଆଉ ଉନ୍ନତ ନଗରୀ ନାହିଁ ବୋଲି କହିଥିଲେ ।
ଗତ ନଅବର୍ଷ ମଧ୍ୟରେ ଦେଖିଲେ ଦେଶରେ ଡିଜିଟାଲ ଅବସ୍ଥାନ୍ତର ଶ୍ରେୟ ପ୍ରଧାନମନ୍ତ୍ରୀ ୨୦୧୫ରେ ଅନୁଷ୍ଠିତ ଡିଜିଯାଲ ଭାରତ ପଦକ୍ଷେପକୁ ଦେଇଥିଲେ । ସେ କହିଥିଲେ ଯେ ଭାରତର ଡିଜିଟାଲ ଅବସ୍ଥାନ୍ତର ଏହାର ନବନ୍ମୋଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତା ଓ ଅଙ୍ଗୀକାରବଦ୍ଧତା ଦ୍ୱାରା ଏପରି ପରିଚାଳିତ ହୋଇଛି ଯେଉଁଥିରେ କେହି ମଧ୍ୟ ପଛରେ ପଡିନାହାଁନ୍ତି ।

ଅବସ୍ଥାନ୍ତରର ଗତି, ମାପକ୍ରମ ଓ ପରିସର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ବିଶ୍ୱର ସବୁଠାରୁ ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଦେଶ ପ୍ରଯୁକ୍ତି ବିଦ୍ୟାରେର ଯଥା ସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତର ପରିବର୍ତ୍ତନ ଆଣିବା ସହ ଏହାକୁା ଅଧିକ ଦକ୍ଷ, ଦୃଢ , ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତୀକରଣ କରିଛି । ଏହି ପରିପ୍ରେକ୍ଷୀରେ ସେ ଭାରତର ଆଧାର ଉଦାହରଣ ଦେଇଥିଲେ । ଭାରତର ଅନନ୍ୟ ଡିଜିଟାଲ ପରିଚୟ ମଞ୍ଚ ୧.୩ ବିଲିୟନରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରିଛି । ସେ ଜେଏଏମ୍ ତ୍ରିମୂର୍ତ୍ତି -ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ କଥା କହିଥିଲେ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇ ଦେୟ ପଦ୍ଧତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରତି ମାସରେ ୧୦ବିଲିୟନ ଦେଣନେଣ ସଂଗଠିତ ହେଉଥିବା ବେଳେ ବିଶ୍ୱର ଶତକଡା ୪୫ଭାଗ ବାସ୍ତବିକ ଦେୟ ପଇଠ କାର୍ଯ୍ୟ ଭାରତରେ ହିଁ ହୋଇଥାଏ । ବାଟମାରଣକୁ ରୋକି ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ବଚାଂଯାଇ ପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଭାରତରେ ଟିକାକରଣ ଅଭିଯାନକୁ ସହାୟତା କରିଥିବା କୋୱିନ ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୁଇ ବିଲିୟନରୁ ଅଧିକ ଟୀକା ମାତ୍ରା ଦେବା ସହ ଡିଜିଟାଲ ମାଧ୍ୟମରେ ସତ୍ୟପିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛି । ଶ୍ରୀମୋଦୀ ମଧ୍ୟ ଗତି ଶକ୍ତି ପ୍ଲାଟଫର୍ମର କଥା କହି ପ୍ରଯୁକ୍ତି ବିଦ୍ୟା ଓ ସ୍ଥାନ ସମ୍ପର୍କୀୟ ଯୋଜନାରୁ ମାନଚିତ୍ର ଭିତ୍ତିଭୂମି ଓ ରଣନୀତି ଦ୍ୱାରା ଯୋଜନାରେ ସହାୟତ କରିବା ସହ ଖର୍ଚ୍ଚ ହ୍ରାସ ଓ ଦ୍ରୁତଗତିରେ କାର୍ଯ୍ୟ ସମ୍ପନ୍ନ କରିବା ସାହାଯ୍ୟ କରିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ସରକାରୀ ଇ-ବଜାର ଏକ ଅନଲାଇନ ମଞ୍ଚ ଯାହା ସ୍ୱଚ୍ଛତା ଓ ପ୍ରକ୍ରିୟାରେ ସାଧୁତା ଅଣାଯାଇପାରିଛି ଓ ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱାର୍କ ଯୋଗୁଁ ଇ-ବାଣିଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା କାଏମ ହୋଇପାରିଛି ବୋଲି କହିଥିଲେ । ଟିକସ୍ ପଦ୍ଧତିର ସମ୍ପୂର୍ଣ୍ଣ ଡିଜିଟାଇଜେସନ ଓ ସ୍ୱଚ୍ଛତା ଓ ଇ-ପ୍ରଶାସନ ପ୍ରତିଷ୍ଠା ହୋଇଥିବା ସେ ପ୍ରକାଶ କରିଥିଲେ । କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ଏକ ଭାଷା ଅନୁବାଦ ମଞ୍ଚ ଭାସିନୀ ଭାରତର ବିବିଧ ଭାଷାର ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ସହାୟକ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।
“ଭାରତର ଡିଜିଟାଲ ଜନ ଭିତ୍ତିଭୂମି ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଅବିଶ୍ୱସନୀୟ ବିବିଧତାକୁ ନେଇ ପ୍ରଧାନମନ୍ତ୍ରୀ ଦେଶରେ ଡର୍ଜନେ ଭାଷା ଓ ଶତାଧିକ ଉପଭାଷା ରହିଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ପ୍ରତ୍ୟେକ ଧର୍ମକୁ ଆଶ୍ରୟଦେଇଛି ଓ ବିଶ୍ୱର ଅନେକ ସାଂସ୍କୃତିକ ଚଳଣି ମଧ୍ୟ ଏଠାରେ ଦେଖିବାକୁ ମିଳେ । “ପ୍ରାଚୀନ ପ୍ରଥା ଠାରୁ ସର୍ବାଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଭାରତରେ ପ୍ରତ୍ୟେକଙ୍କ ନିମନ୍ତେ କିଛି ନା କିଛି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରି ବିବିଧତା ସତ୍ତ୍ୱେ ଭାରତ ସମାଧାନର ପନ୍ଥା ବାହାର କରିବା ପାଇଁ ଏକ ପରୀକ୍ଷାଗାର. ଯେଉଁ ପରୀକ୍ଷା ନିରୀକ୍ଷା ଭାରତରେ ସଫଳ ହୁଏ ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରିବ । ପ୍ରଧାନମନ୍ତ୍ରୀ ସ୍ପଷ୍ଟଭାବେ କହିଥିଲେ ଯେ ଭାରତ ନିଜ ପରୀକ୍ଷାନିରୀକ୍ଷାର ସୁଫଳ ବିଶ୍ୱକୁ ଜଣାଇବାକୁ ପ୍ରସ୍ତୁତ ଓ ଏହି ପରିପ୍ରେକ୍ଷୀରେ ସେ କୋୱିନ ପ୍ଲାଟଫର୍ମର ଉଦାହରଣ ଦେଇଥିଲେ ଯାହାକି ବୈଶ୍ୱିକ ମହାମାରୀ କାଳରେ ବିଶ୍ୱର ହିତ ଲାଗି ପ୍ରୟୋଗ କରାଯାଇଥିଲା । ଭାରତ ଏକ ଅନ୍ଲାଇନ ବୈଶ୍ୱିକ ଜନ ଡିଜିଟାଲ ସାମଗ୍ରୀ ଗନ୍ତାଘର ସୃଷ୍ଟି କରିଥିଲା । ଯାହାକି ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧ ଦେଶର କୌଣସି ବ୍ୟକ୍ତି ଯେପରି ବାଦ୍ ନ ପଡନ୍ତି ବୋଲି କହିଥିଲେ ।

କାର୍ଯ୍ୟକାରୀ ଗୋଷ୍ଠୀ ଏକ ଜି-୨୦ ଆଭାସୀ ବୈଶ୍ୱିକ ଡିଜିଟାଲ ଜନ ଭିତ୍ତିଭୂମି ଭଣ୍ଡାର ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । ଏକ ଜନ ସାଧାରଣର ଡିଜିଟାଲ ଭିତ୍ତିଭୂମି ସୃଷ୍ଟି ଦ୍ୱାରା ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ଉତ୍ତମ ଡିଜିଟାଲ ବାତାବରଣ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ସେ ମଧ୍ୟ ଡିଜିଟାଲ କୌଶଳ ଓ ଆଭାସୀ ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଦେଶ ଦେଶ ମଧ୍ୟରେ ଏକ ରୋଡ ମ୍ୟାପ ତିଆରିର ମଧ୍ୟ ସ୍ୱାଗତ କରିଥିଲେ । ଭବିଷ୍ୟତ ପାଇଁ ସୃଷ୍ଟି ହେଉଥିବା ମାନବ ସମ୍ବଳ ନିମନ୍ତେ ଏପରି ଉଦ୍ୟମ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ ଅର୍ଥ ବ୍ୟବସ୍ଥା ବୈଶ୍ୱିକ ହେବା ସହ ଏହା ପ୍ରତି ସୁରକ୍ଷାଗତ ଆତଙ୍କ ମଧ୍ୟ ରହିଛି । ସେ ଦୃଷ୍ଟିରୁ ଜି-୨୦ଉଚ୍ଚସ୍ତରୀୟ ଓ ନୀତିଗତ ସହମତି ଦ୍ୱାରା ଏକ ସୁରକ୍ଷିତ, ଆସ୍ଥାଭାଜନକାରୀ ଓ ନମନୀୟ ଡିଜିଟାଲ ଅର୍ଥ ବ୍ୟବସ୍ଥା କାଏମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
“ପ୍ରଯୁକ୍ତି ଆଜି ଆମକୁ ଚମତ୍କାର ଭାବେ ଏକାଠି କରୁଛି । ଏହା ଆଗରୁ କେବେ ଦେଖା ନ ଥିଲା ।ଏହା ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ଓ ସ୍ଥାୟୀ ବିକାଶର ଶପଥକୁ ରକ୍ଷା କରୁଛି” ବୋଲ ପ୍ରଧାନମନ୍ତ୍ରୀ ି କହିବା ସହ ଜି-୨୦ଦେଶମାନଙ୍କର ଏକ ସମୃଦ୍ଧ ଓ ନିରାପଦ ବୈଶ୍ୱିକ ଡିଜିଟାଲ ଭବିଷ୍ୟତ ଗଠନ ପାଇଁ ଅପୂର୍ବ ସୁଯୋଗ ରହିଛି ବୋଲି କହିଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉତ୍ପାଦକତାକୁ ଡିଜିଟାଲ ଜନ ଭିତ୍ତିଭୂମି ଦ୍ୱାରା ଆଗେଇ ନେଇ ହେବ । କୃଷକ, ଛୋଟ ବ୍ୟବସାୟୀ ଡିଜିଟାଲ ପ୍ରଯୁକ୍ତି ବିଦ୍ୟଶ ଆପଣାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ଏଥି ସହ ଏକ ନିରାପଦ ଓ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତାର ଉପଯୋଗ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ମାନବ ସମାଜ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନକୁ ପ୍ରଯୁକ୍ତିଜ୍ଞାନ ଦ୍ୱାରା ସମାଧାନ କରି ହେବ । ଆମ ପାଇଁ ଏହା ସାକାର କରିବାକୁ ଚାରିଟି ସି’ ଆବଶ୍ୟକ । ତାହାହେଲା, ଏ କନଭିକସନ(ଦୋଷସିଦ୍ଧି), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିନେସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା) ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ଏ ଦିଗରେ କାର୍ଯ୍ୟକାରୀ ଗୋଷ୍ଠୀ ଆମକୁ ଆଗକୁ ଆଗକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

Leave A Reply

Your email address will not be published.